ଜମୁନି ପର୍ଯ୍ୟଟକଙ୍କ ଭିଡ , ଖାଁ ଖାଁ ଲାଗୁଛି ନନ୍ଦନକାନନ

0 561
  • ଭୁବନେଶ୍ୱର ,୧୩/୧୨(ଏସ୍ଏସ୍ ନିଉଜ) ଆରମ୍ଭ ହୋଇଯାଇଛି ପର୍ଯ୍ୟଟନଋତୁ ।କିନ୍ତୁ ନନ୍ଦନକାନନରେ ଏହାର ପ୍ରଭାବ ଶୁନ୍ୟ ହୋଇଯାଇଛି । ଫିକା ପଡିଯାଇଛି ନନ୍ଦନକାନନ । ଜମୁନି ଆଉ ପର୍ଯ୍ୟଟକଙ୍କ ଭିଡ । ଏବେ ଖାଁ ଖାଁ ଲାଗୁଛି ପ୍ରାଣୀଉଦ୍ୟାନ ନନ୍ଦନକାନନ ।  ବିଗତଦିନର ପର୍ଯ୍ୟଟନଋତୁ ଭଳି ପର୍ଯ୍ୟଟକମାନଙ୍କ ଆଉ ଗହଳି ଚହଳି ଏବେ ଦେଖିବାକୁ ମିଳୁନାହିଁ ।ଏବେ କାଁ ଭାଁ ପର୍ଯ୍ୟଟକ ଆସୁଥିବା  ଦେଖିବାକୁ ମିଳୁଛି  ।   ବାତ୍ୟାର ପରବର୍ତ୍ତୀ ଠାରୁ  ପର୍ଯ୍ୟଟକଙ୍କ ସଂଖ୍ୟା କମି କମି ଚାଲିଛି । ଅନ୍ୟପଟେ  ଆଶାତିତଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ଯୋଗୁ ଏବେ ହାତବାନ୍ଧି ବସିଛନ୍ତି ବ୍ୟବସାୟୀ । ଆଶା ରଖିଥିଲେ ନଭେମ୍ବର ମାସରେ ପର୍ଯ୍ୟଟକ ବଢିଲେ ବେଶ୍ ଦିପଇସା ରୋଜଗାର କରିବେ ।କିନ୍ତୁ ଏବେ ଓଲଟା ହେବାକୁ ଲାଗିଛି । ଆଉ ସେମାନଙ୍କର ଆଶା ମଉଳି ପଡିଥିବା ଜଣାପଡିଛି । ନଭେମ୍ବର ଯାଇ ଡିସେମ୍ବର ମାସ ଅଧା ହେବାକୁ ବସିଲାଣି ,ତଥାପି ବଢୁନାହାନ୍ତି ପର୍ଯ୍ୟଟକ । ଯାହା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ସାଜିଛି । ସେହିଭଳି ନନ୍ଦନକାନନରୁ ଘରୋଇକରଣରେ ନେଇଥିବା ଠିକାଦାରମାନଙ୍କ ଅବସ୍ଥା ନ କହିବା ବି ଭଲ ।କାରଣ  ସେମାନଙ୍କ  ବ୍ୟବସାୟିକ କ୍ଷତି ଦିନକୁ ଦିନ ବଢି ବଢିଚାଲିଛି । ସେମାନଙ୍କର ଲାଭ ହେଉ ବା କ୍ଷତି ସେମାନଙ୍କୁ ଚୁକ୍ତି ମୁତାବକ ଟଙ୍କା ପୈଠ କରିବାକୁ ପଡିବ । ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ଯୋଗୁ ସେମାନେ କଣ କରିବେ ଆଉ କଣ ନ କରିବେ ,ମୁଣ୍ଡରେ ହାତ ଦେଲେଣୀ ବ୍ୟବସାୟୀ । ଖାଲି ଏମାନଙ୍କର କ୍ଷତି ନୁହଁ  ଏହାସହ ନନ୍ଦନକାନନର ରାଜସ୍ୱ ବୃଦ୍ଧିରେ ଅନୁରୁପଭାବେ ପ୍ରଭାବ ମଧ୍ୟ ପଡିଛି । ଚଳିତବର୍ଷ ପର୍ଯ୍ୟଟକଙ୍କଠାରୁ ମିଳିବାକୁ ଥିବା ଅଧିକ ପରିମାଣର ରାଜସ୍ୱ ଆଦାୟର ଆଶା ମଉଳିଯାଇଛି ।କ୍ଷତି ସହିବାକୁ ପଡୁଛି ନନ୍ଦନକାନନକୁ । ନୁଆ ମୋଟରଯାନ ଆଇନ ଲାଗୁ,ନୁଆ ଜୀବଜନ୍ତୁ ର ଅଭାବ ସାଙ୍ଗକୁ ଜୀବଜନ୍ତୁମାନଙ୍କର ମୃତ୍ୟୁର ଖରାପ ବାର୍ତା ହିଁ ପର୍ଯ୍ୟଟକ ହ୍ରାସର ମୁଖ୍ୟ କାରଣ ସାଜିଥିବାର ଅନୁମାନ କରାଯାଉଛି ।ନନ୍ଦନକାନନ ରାଜସ୍ୱ-୨୦୧୮ଏପ୍ରିଲଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ୧୮ଲକ୍ଷ୪୪ହଜାରେ ୬୫୯ ହୋଇଥିବାବେଳେ ରାଜସ୍ୱ ବାବଦରେ ନନ୍ଦନକାନକୁ ମିଳିଛି ୯କୋଟି୬୫ଲକ୍ଷ୭୭ହଜାରେ ୩୬୩ଟଙ୍କା । ସେହିଭଳି ଭାବେ ଚଳିତବର୍ଷ ୨୦୧୯ଏପ୍ରିଲଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ୧୪ଲକ୍ଷ୪୯ହଜାରେ ୭୧୮ ଆସିଥିବାବେଳେ ରାଜସ୍ୱ ବାବଦରେ ନନ୍ଦନକାନକୁ ମିଳିଛି ୮କୋଟି୪୧ଲକ୍ଷ୫୬ହଜାରେ ୭୦୬ଟଙ୍କା । ଯାହାକି ଗତବର୍ଷଠାରୁ ୩ଲକ୍ଷ୯୪ହଜାରେ୯୪୧ଜଣ ପର୍ଯ୍ୟଟକ କମ ଓ ୧କୋଟି୨୪ଲକ୍ଷ୨୯ହଜାରେ୬୫୭ଟଙ୍କା ରାଜସ୍ୱ ପରିମାଣ ହ୍ରାସ ପାଇଛି ।
    ଏବିଷୟରେ ନନ୍ଦନକାନନର ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ସହାକାରୀ ନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡାଙ୍କୁ ପଚାରିବାରୁ ସେ କହିଲେ ଯେ,ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ଗତବର୍ଷ ତୁଳନାରେ କମ୍ ରହିଛି । ବାତ୍ୟାଠାରୁ ପର୍ଯ୍ୟଟକ କମିବାରେ ଲାଗିଛନ୍ତି । ଗୋଟେପଟେ ଶୀତର ପ୍ରକୋପ ନବଢିବା ଓ ଅନ୍ୟପଟେ ନୁଆ ମୋଟରଯାନ ଆଇନ ପ୍ରଣୟନ ପରେ ପର୍ଯ୍ୟଟକ କମିବାର ଅନ୍ୟ ଏକ କାରଣ ସାଜିଥିବାର ଅନୁମାନ କରାଯାଉଛି ବୋଲି କହଛନ୍ତି ।
Leave A Reply

Your email address will not be published.