କୁଆଡେ ଗଲା କ୍ୟାପିଚୁନ ?

0 580

ଭୁବନେଶ୍ୱର ,୧୩/୧୨(ଏସ୍ଏସ୍ ନିଉଜ) ନିରାଶହେଲେଣି  ପର୍ଯ୍ୟଟକ । କାହିଁକି ବା ନ ହେବେ । କାରଣ ପ୍ରାଣୀଉଦ୍ୟାନ ନନ୍ଦନକାନନକୁ  ପର୍ଯ୍ୟଟକମାନଙ୍କ ମନୋରଞନ ପାଇଁ ଆସିଥିଲା  କ୍ୟାପିଚୁନ ମଙ୍କି ।ଦୀର୍ଘ ଦୁଇମାସ ରୁ ଉର୍ଦ୍ଧ ଦିନ ହେବ ଆସିଲାଣି ହେଲେ ଦେଖି ପାରୁନାହାଁନ୍ତି ପର୍ଯ୍ୟଟକ । ଖାଲି କ୍ୟାପିଚୁନ ନୁହଁ ସବୁଠାରୁ ଛୋଟ ଗୁଳଗାଲିଆ ମାଙ୍କଡ ଗୁଣ୍ଡୁଚି ବି।ସେହିଭଳି ତାମାରିନ୍ ମାଙ୍କଡ କୁ ବି ଦେଖିପାରୁନାହାଁନ୍ତି ପର୍ଯ୍ୟଟକ। ଏମାନେ ଏବେ ଗଲେ କୁଆଡେ ? ସେମାନେ ଅଛନ୍ତି ତ ? ନା କୁଆଡେ ଖସି ପଳେଇଲେ ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କଲାଣି ପର୍ଯ୍ୟଟକଙ୍କ ମହଲରେ । ସେପଟେ କର୍ତ୍ତୁପକ୍ଷ ଏହି ବିରଳ ମାଙ୍କଡମାନଙ୍କୁ ଦୀର୍ଘ ଦିନ ହେବ ଆଣିଲେଣି   କିନ୍ତୁ  ବିଡମ୍ବନାର ବିଷୟ  ପର୍ଯ୍ୟଟକ ଦେଖିବେ କଣ ଆସିଲା ଦିନଠୁ  ରହିଗଲା ଡାକ୍ତରଖାନାରେ । କେବେ ଦେଖିବେ ପର୍ଯ୍ୟଟକ ।ଏମାନଙ୍କର ସ୍ୱାସ୍ଥ୍ୟର ଅନୁଧ୍ୟାନ ଚାଲିଛି ଯେ ସରୁନାହିଁ । ଡାକ୍ତରମାନେ ଏମାନଙ୍କ ଚାଲିଚଳନ,ଆଚାରବ୍ୟବହାର, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟକୁ ପରଖୁପରଖୁ ଗୋଟିକର ମୃତ୍ୟୁ ମଧ୍ୟ ହୋଇସାରିଲାଣି ,  ତଥାପି କର୍ତ୍ତୁପକ୍ଷଙ୍କ ଚିନ୍ତାନଥିବା ଭଳି ମନେ ହେଉଛି । ନନ୍ଦନକାନନ ପାଇଁ ନୁଆପ୍ରଜାତି ସାଜିଥିବା କ୍ୟାପିଚୁନ୍ ଓ ଗୁଣ୍ଡୁଚିମାଙ୍କଡ ମାଙ୍କଡ ୨ମାସ ୧୦ଦିନ ହେବ ଡାକ୍ତରଖାନାରେ ରହିଥିବା ବେଲେ ନାଲିହାତିଆ ତାମାରିନମାଙ୍କଡ ୨୦ମାସରୁ ଉର୍ଦ୍ଧ ସମୟଧରି ଡାକ୍ତରଖାନାରେ ସମୟ କଟାଇସାରିଲାଣି । ମାଙ୍କଡପ୍ରଜାତିର ଏହି ନୁଆ ଅତିଥିମାନଙ୍କୁ ନଦେଖି ନିରାଶରେ ପର୍ଯ୍ୟଟକମାନେ ପେରୁଥିବାବେଳେ ଏହି ମାଙ୍କଡମାନେ ଏବେ ନନ୍ଦନକାନନରେ ଅଛନ୍ତି ତ ? ନା କୁଆଡେ ଗଲେ । ଯଦି ଅଛନ୍ତି ତେବେ  କେବେ ଦେଖାଦେବେ ବୋଲି ପ୍ରଶ୍ନପଚାରୁଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ,  କ୍ୟାପିଚୁନ୍-୩ଅକ୍ଟୋବର୨୦୧୯ରେ ଚେନାଇର ଏକ ଘରୋଇସଂସ୍ଥାଠାରୁ ୬ଲକ୍ଷ ଟଙ୍କା ବ୍ୟୟବରାଦରେ ୨ଟି କ୍ୟାପିଚୁନମାଙ୍କଡ ୧୫ଲକ୍ଷଟଙ୍କାର ବ୍ୟୟବରାଦରେ ନନ୍ଦନକାନନକୁ ଅଣାଯାଇଛି ।ଯାହାକି ନନ୍ଦନକାନନରେ ଏହି ପ୍ରଜାତି ନୁଆ ହୋଇଥିବାବେଳେ ଏହାକୁ ଦେଖିବାପାଇଁ ପର୍ଯ୍ୟଟକମାନଙ୍କର ଉତ୍ସାହ ରହିଛି ।ଏବେ ଏହି ପ୍ରଜାତି ଡାକ୍ତରଖାନାରେ ରହିଛି ।ଆମେରିକା ଓ ଆର୍ଜେଂଟିନାରେ ବହୁଳଭାବେ ଦେଖାଯାଉଥିବା କ୍ୟାପିଚୁନ୍ ମାଙ୍କଡ ୪ବର୍ଷରେ ପ୍ରା୍ପ୍ତବୟସ୍କ ହୋଇଥାନ୍ତି ।୫୬ସେମି ଲମ୍ବ ବିଶିଷ୍ଟ ଏହି କ୍ୟାପିଚୁନ୍ ୨୫ବର୍ଷ ପର୍ଯ୍ୟନ୍ତ ବଂଚିପାରୁଥିବା ବେଳେ ଗୋଟିଏଗୋଟିଏ ଦଳରେ ୧୫-୨୫ଟି ପର୍ଯ୍ୟନ୍ତ ରହିିବାକୁ ଭଲପାଇଥାନ୍ତି । ଦିନରେ ଚଳଚଂଚଳ ରହୁଥିବା ଏହି ପ୍ରଜାତିର ମାଇ କ୍ୟାପିଚୁନ୍ ଦିନକରେ ୬ଜଣଙ୍କ ସହ ମିଳନ କରିବାର କ୍ଷମତା ରହିଥାଏ । ୨ମାସ୧୦ଦିନ ହେବ ଡାକ୍ତରଖାନାରେ ରହି ଏମାନଙ୍କ ଅନୁଧ୍ୟାନ ଚାଲିଛି ।

ଗୁଣ୍ଡୁଚିମାଙ୍କଡ-୧୧ ମାର୍ଚ୍ଚ ୧୯୯୮ରେ ପଶୁପକ୍ଷୀ ଅଦଳବଦଳପ୍ରକିୟାରେ ୨ଟି ବାଘ ବଦଳରେ ମାଲେସିଆରୁ ୪ଟି ଗୁଣ୍ଡୁଚିମାଙ୍କଡ ଅଣାଯାଇଥିଲା । ଦୁଇମାସ ନଅଦିନର ବ୍ୟବଧାନପରେ ୨୦ମେ୧୯୯୮ରେ ଏମାନଙ୍କର ବଂଶଲୋପ ହୋଇଯାଇଥିଲା । ୩ଜାନୁୟାରୀ୧୯୯୯ରେ ପୁଣି ୨ମହାବଳବାଘ ଓ ୨କଲରାପତାରିଆ ବାଘ ବିନିମୟରେ ୪ଟି ଗୁଣ୍ଡୁଚିମାଙ୍କଡ ଆସିଥିଲା । ୧୩ନଭେମ୍ବର୨୦୧୪ରେ ଏମାନଙ୍କର ବଂଶଲୋପ ପାଇଯାଇଥିଲା । ପୁନର୍ବାର ୩ଅକ୍ଟୋବର ୨୦୧୯ରେ ଚେନାଇର ଏକ ଘରୋଇସଂସ୍ଥାଠାରୁ ୬ଲକ୍ଷଟଙ୍କା ବ୍ୟୟବରାଦରେ ୨ଟି ଗୁଣ୍ଡୁଚିମାଙ୍କଡ ଅଣାଯାଇଛି । ଏମାନେ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟିରୁ ଦୁରରେ ଡାକ୍ତରଖାନାରେ ରହିଛନ୍ତି । ୨ମାସ ୧୦ ଦିନ ହେବ ଡାକ୍ତରଖାନାରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ଅନୁଧ୍ୟାନ ଚାଲିଛି ।

ନାଲିହାତିଆ ତାମାରିନ-ଗଛରୁ ତଳକୁ ୬୦ଫିଟ୍ ପର୍ଯ୍ୟନ୍ତ କ୍ଷିପ୍ରବେଗରେ ଅକ୍ଷତଅବସ୍ଥାରେ ଡେଇଁବାର କ୍ଷମତାଥିବା ତାମାରିନର ଓଜନ ୫୫୦ଗ୍ରାମ ଭିତରେ ହୋଇଥାଏ । ୧୦ବର୍ଷ ପର୍ଯ୍ୟନ୍ତ ବଂଚିପାରୁଥିବା ଏହି ତାମାରିନ୧୬-୨୦ମାସରେ ପ୍ରାପ୍ତବୟସ୍କ ହୋଇ୧୪୦-୧୭୦ଦିନ ଗର୍ଭଧାରଣ କରି ୧-୨ଟି ଛୁଆକୁ ଜନ୍ମ ଦେଇଥାଏ ।ଏହା ନନ୍ଦନକାନନ ପାଇଁ ନୁଆ ପ୍ରଜାତି ସାଜିଥିବାବେଳେ ଏବେ ଡାକ୍ତରଖାନାରେ ରହିଛି । ୨୫ମାର୍ଚ୍ଚ୨୦୧୮ରେ ତାମିଲନାଡୁ ମଦୁରାଇର ଏକ ସଂସ୍ଥାଠାରୁ କ୍ରୟ ହୋଇଆସିଥିଲା । ୨ଅଗଷ୍ଟ୨୦୧୮ରେ ଡାକ୍ତରଖାନାରୁ ଗୋଟିଏ ଫେରାର ହୋଇଯାଇଥିଲା । ୬ଅଗଷ୍ଟରେ ଫେରାର ତାମାରିନ ନନ୍ଦନକାନନଥାନା ପଛପଟ ଲେବରବ୍ୟାରେକ୍ ପାଖ ପିଜୁଳିଗଛରେ ବସିଥିବାବେଳେ ଉଦ୍ଧାର ହୋଇଥିଲା । ୧୯ଏପ୍ରିଲ୨୦୧୯ରେ ଏମାନଙ୍କ ମଧ୍ୟରୁ ଅଣ୍ଡିରା ମୃତ୍ୟୁବରଣ କରିଥିବାବେଳେ ଏକମାତ୍ର ମାଇ ଡାକ୍ତରଖାନାରେ ସାଥିହରା ହୋଇ ନିସଙ୍ଗ ଜୀବନ ଜିଇବାକୁ ଆରମ୍ଭ କରିଛି ।୨୦ମାସ ବିତିଯାଇଥିଲେ ସୁଦ୍ଧା ପର୍ଯ୍ୟଟକମାନେ ଏହାକୁ ଦେଖିବାରୁ ବଂଚିତ ହେଉଛନ୍ତି । ତେବେ ଏହି ବିରଳ ପ୍ରଜାତିର ମାଙ୍କଡ କୁ କେବେ ଦେଖିବେ ପର୍ଯ୍ୟଟକ ତାହା ଆଗାମୀ ଦିନରେ ଦେଖିବା କଥା ।

Leave A Reply

Your email address will not be published.