ମିଳୁନି ପାରିଶ୍ରମିକର ଫଳ ,ରାସ୍ତାକୁ ଓହ୍ଲାଇବେ ଶ୍ରମିକ

0 267

ଭୁବନେଶ୍ବର:୧୪/୧୨(ଏସ୍ ଏସ୍ ଏନ୍) ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ଏକ କରି କାମ କରୁଛୁ । କିନ୍ତୁ ଆମକୁ ମିଳୁନି ଆମର ସଠିକ୍ ପାରିଶ୍ରମିକ । କି ମିଳୁନି କମ୍ପାନୀ ତରଫରୁ କୈାଣସି ସୁବିଧା । ଯେତେ ଗୁହାରି କଲେ ବି ଶୁଣୁନାହାନ୍ତି ଆମ କଥା । ଏବଂ ବିନା କାରଣରେ ମଧ୍ୟ ଶ୍ରମିକ ମାନଙ୍କୁ ଛଟେଇ କରିଦେଉଛନ୍ତି କର୍ତ୍ତୁପକ୍ଷ । ଶେଷରେ ନିଷ୍ପତି ନେଲୁ ରସ୍ତାକୁ ଓହ୍ଲାଇବୁ ରାଜ୍ୟ ସରକାରଙ୍କ ପାଖରେ ଆମର ଦାବୀ ରଖିବୁ । ଏକଥା ଆମେ କହୁନୁ , ଏକଥା କୁହନ୍ତି ଅନମୋଲ ବିସ୍କୁଟସ୍ ଓ୍ବାର୍କର୍ସ ୟୁନିୟନ ର କର୍ମଚାରୀମାନେ । ଯାହାକୁ ନେଇ ରବିବାର ଦିନ TUCIର ମିଳିତ ସହଯୋଗରେ ଅନମୋଲ ବିସ୍କୁଟସ୍ ଓ୍ବାର୍କର୍ସ ୟୁନିୟନ ର କର୍ମଚାରୀମାନେ ଏକ ବିଶାଳ ଶ୍ରମିକ ଶୋଭାଯାତ୍ରା ସହ ସମାବେଶ କରିବାକୁ ଯାଉଛନ୍ତି । ସୁଚନା ଯୋଗ୍ୟ ଯେ , କର୍ମଚାରିମାନେ  ଚନ୍ଦକା ଇଣ୍ଡିଆନ ଅୟେଲ ପେଟ୍ରୋଲବପମ୍ପ ଠାରୁ   ଦିନ ୧୦ଟା ସମୟରେ  ଶହଶହ ଶ୍ରମିକଙ୍କ ଏକ ଶୋଭାଯାତ୍ରା ବାହାରି ଚନ୍ଦକା ବଜାର NITକଲେଜ , କୁର୍ଲଅନ କମ୍ପାନି ଆଦି ଦେଇ ଅଁଳା ପାଟଣା ଅନମୋଲ  କମ୍ପାନି ଗେଟ୍ ସମ୍ମୁଖରେ ପହଁଞ୍ଚିବେ । ମଧ୍ୟାନ ୧୨.୩୦ ସମୟରେ ଶ୍ରମିକ ସମାବେଶ ଅନୁଷ୍ଟିତ ହେବାକୁଯାଉଛି । ୟୁନିୟନ କର୍ମଚାରୀମାନେ କମ୍ପାନୀ ମ୍ୟାନଜେମେଣ୍ଟ ଏବଂ ରାଜ୍ୟ ସରକାରଙ୍କୁ  ଶ୍ରମିକ ୟୁନିୟନ ତରଫରୁ ସମସ୍ତ ଦାବି ପ୍ରଦାନ କରାଯିବ ବୋଲି ଅନମୋଲ ବିସ୍କୁଟସ୍ ଓ୍ବାର୍କର୍ସ ୟୁନିୟନ ର ସାଧାରଣ ସମ୍ପାଦକ ଅଜିତ୍ କୁମାର ଜେନା ସୁଚନା ଦେଇଛନ୍ତି ।

Leave A Reply

Your email address will not be published.