ମୁଖାପିନ୍ଧା ଦୁର୍ବୁତ କଲେ ଗୁଳି

0 297

ଭୁବନେଶ୍ୱର,୧୫/୧୨(ଏସ୍ଏସ୍ ନିଉଜ)ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରେ ଏକ କ୍ଲିନିକରେ ପଶି ଦୁଇଜଣ ମୁଖାପିନ୍ଧା ଦୁର୍ବୁତ ଗୁଳିମାଡ କରିଥିବାର ଜଣାପଡିଛି ।ଫଳରେ ଡାକ୍ତରଙ୍କ ସମେତ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଏହି ଗୁଳିମାଡରେ ଶିଶୁରୋଗ ବିଶେଷଜ୍ଞ ମାନସରଞନଦାସ ଓ ମେଡିସିନ୍ ଦୋକାନୀ କୃଷଚନ୍ଦ୍ର ସାହୁ ଗୁରୁତର ଆହତ ହୋଇଛନ୍ତି ।ଖୋର୍ଦ୍ଧାରେ ଥିବା ଏକ ମେଡିସିନଷ୍ଟୋରରେ ଥିବା କ୍ଲିନିକରେ ରବିବାର ସନ୍ଧ୍ୟାରେ ଡାକ୍ତର ଡାସ ରୋଗୀ ଦେଖିବାବେଲେ ଏହି ଗୁଳିମାଡ ହୋଇଛି ।ଦୁଇଜଣ ମୁଖାପିନ୍ଧାଦୁର୍ବୁତ କ୍ଲିନିକ ଭିତରକୁ ପଶି ଡାକ୍ତରଙ୍କୁ ଗାଳିଗୁଲଜ କରିବାରୁ କୃଷ୍ନଚନ୍ଦ୍ର ପ୍ରତିବାଦ କରିଥିଲେ ।ଫଳରେ ଦୁର୍ବୁତ ଉଭୟଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ ।ଗୁଳିମାଡର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ ଆହତଙ୍କୁ ଚିକିସ୍। ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.