ମେଣ୍ଢାଶାଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ

ମେଣ୍ଢାଶାଳ,୧୬।୮(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ନନ୍ଦଉତ୍ସବ କମିଟି ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧ୍ୟ ରାତ୍ରିରେ ଜନ୍ମାଷ୍ଟମୀ ପୂଜା କରାଯାଇଥିଲା ଓ ଆଜି ଅପରାହ୍ନରେ ନନ୍ଦଉତ୍ସବ ପାଳନ କରାଯାଇଥିଲା।ନିକଟସ୍ଥ ଭୋଳା,କଣ୍ଟାବାଡ,ଗିରୀଙ୍ଗାପୁଟ, କଟେଣୀ ,ଭାଗବତିପୁର,ଜାମୁଝରି, ଛତାବର୍,ହରିପୁର, ହରିଡାମଡା ,ବାରାପିଟା ,ଆରିସଲ ଓ କୁକୁଡ଼ାମୁଣ୍ଡି ଆଦି ଗ୍ରାମମାନଙ୍କରୁ ଛୋଟଛୋଟ ବାଳକ ବାଳିକାଙ୍କୁ ଅଟୋ ଯୋଗେ ଅଣାଯାଇ ସେମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଭିନ୍ନଗ୍ରାମ ମାନଙ୍କରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ବାଳକବାଳିକା ପ୍ରସାଦ ସେବନରେ ଅଂଶ ଗ୍ରହଣ କରିଥିଲେ।
ଏହି ୪୦ତମ ନନ୍ଦଉତ୍ସବକୁ ସଭାପତି କୈଳାସ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରତାପ ପାତ୍ର,କବୀ ଶ୍ରୀଚନ୍ଦନ,ନବ କିଶୋର ପ୍ରଧାନ, ସତ୍ୟବାଦୀ ଚମ୍ପତି ଓ ନନ୍ଦ ଉତ୍ସବ କମିଟିର ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ।ରାତି ୯ଟାପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ଭାବରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପି ରଜ୍ୟପ୍ରବକ୍ତା ସୁଦୀପ୍ତ ରାୟ ଓ ବିଜୁ ଜନତାଦଳର ଯୁବ ନେତା ମନ୍ମତ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ।

- Advertisement -

Leave A Reply

Your email address will not be published.