ଜାନୁଆରୀ ୧୫ ସୁଦ୍ଧା ବାକିଥିବା ବିଦ୍ୟୁଦ ବିଲ୍ ପୈଠ ନକଲେ କଟାଯିବ ଲାଇନ:ସିଇଓ ସେସୁ

0 293

ଭୁବନେଶ୍ବର:୧୦/୧୨- ଜାନୁଆରୀ ୧୫ ସୁଦ୍ଧା ବାକିଥିବା ବିଦ୍ୟୁଦ ବିଲ୍  ପୈଠ କରନ୍ତୁ।ନହେଲେ ସେସୁ କାଟିବ ଆପଣଙ୍କ ଘରର ବିଦ୍ୟୁତ ସଂଯୋଗ। ଏନେଇ ସୂଚନା ଦେଇଛନ୍ତି ସେସୁର ସିଇଓ ଅରୁଣ ବ୍ରୋଥା। ଆଜି ସେସୁ ଅଫିସରେ ଏକ ପ୍ରେସମିଟ୍ କରି ସେସୁ ସିଇଓ ଅରୁଣ ବ୍ରୋଥା ରାଜ୍ୟର ସମସ୍ତ ଉପଭୋକ୍ତାମାନଙ୍କୁ ପ୍ରେସମିଟ୍ ମାଧ୍ୟମରେ ଜଣାଇଛନ୍ତି । ଶ୍ରୀ  ବ୍ରୋଥା କହିଛନ୍ତି , ରାଜ୍ୟରେ ମୋଟ୧୯୭୧ ହଜାର କୋଟି ଟଙ୍କା ବିଲ୍ ବାକି ରହିଛି।  ଘରୋଇ ଉପଭୋକ୍ତାଙ୍କ ଉପରେ ୧ ହଜାର ୨୩ କୋଟି ଟଙ୍କା ବାକିରହିଛି ଯାହା ମୋଟ ବାକିଥିବା ବିଲର ୯୨ ପ୍ରତିଶତ। ମୋଟ ବାକିରୁ ୨୦୯ କୋଟି ଉପରେ ଆପତ୍ତି  ଅଭିଯୋଗ ରହିଛି। ଆପତ୍ତିଥିବା ବିଲ୍ ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ଉପରେ ରହିଛି । ପାଖାପାଖି ଏକ ଲକ୍ଷ ୪ ହଜାର ଲୋକ ୨ ବର୍ଷ ହେଲା କୌଣସି ବିଲ୍‌ ଦେଇନାହାନ୍ତି । ତେବେ ବାକିଥିବା ବିଲ ଆଦାୟ ପାଇଁ ସେସୁ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବା ସହ ବାକି ଥିବା ବିଲ ନେଇ ଖାଉଟୀଙ୍କ ପାଖକୁ ମେସେଜ୍ ଯିବ। ଯାହାକୁ ୬ ଟି କିସ୍ତିରେ ଦେବାକୁ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯିବ ବୋଲି ସୁଚନା ଦେଇଛନ୍ତି।ଯଦି ଜାନୁଆରୀ ୧୫ ସୁଦ୍ଧା ବିଦ୍ୟୁତ୍ ଉପଭୋକ୍ତା  ବାକିଥିବା ବିଲକୁ ପୈଠ ନ କରିବେ ତେବେ  ଲାଇନ କଟାଯିବ ବୋଲି ସୁଚନା ମିଳିଛି ।

 

 

Leave A Reply

Your email address will not be published.