ଜଟଣୀ ପୁଲିସର ଫ୍ଲାଗ୍ ମାର୍ଚ୍ଚ

0 34

ଜଟଣୀ,୨୦।୩(ଏସଏସନିଉଜ) ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବାପାଇଁ ଜଟଣୀପୁଲିସ ପକ୍ଷରୁ ଦ୍ୱିତୀୟପର୍ଯ୍ୟାୟ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।ଜଟଣୀପୁଲିସ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସନେଇ କନ୍ତିଆ, ନିରଞ୍ଜନପୁର,ରଥପୁର ଆଦିଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଗତସପ୍ତାହରେ ଜଟଣୀବ୍ଲକ ବେଣାପଞ୍ଜରୀ ଓ ତରାବୋଇଠାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା।ଜଟଣୀରେ ସମୁଦାୟ ୮୪ଟି ବୁଥ୍ ମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.