ଉର୍ମିଳାଙ୍କୁ ହତ୍ୟା

ଘଟଣା ଉପରୁ ପରଦା ଉଠାଇଲା ପୋଲିସ

0 40

ବାରଙ୍ଗ,୨୦ା୩(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ବାରଶିଙ୍ଗାଗ୍ରାମରେ ଜଣେ ବିଧବାମହିଳାଙ୍କୁ କରାଯାଇଥିବା ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ ।ଏକତରଫାପ୍ରେମ ଏହି ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିôଥିବାବେଳେ ହତ୍ୟାକାଣ୍ଡ ଘଟାଇଥିବା ଯୁବକକୁ ପୋଲିସ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।
ବୁଧବାରଦିନ ଏକ ସାମ୍ବାଦିକ ସମ୍ମୀଳନୀରେ ପୋଲିସ କହିବାଅନୁଯାୟୀ ୧୧ତାରିଖ ଦିନରେ ବାରଶିଙ୍ଗା ଗ୍ରାମର ପାର୍ଥସାରଥ ନାମକ ବ୍ୟକ୍ତି ତାଙ୍କ ମାଆକୁକେହି କିଛି ଅଜ୍ଞାତ ବ୍ୟକ୍ତି ପଥରରେ ଛେଚି ହତ୍ୟାକରିଥିବାର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସନ୍ଧାନୀକୁକୁର ସହ ସାଇନଟିଫିକ ଦଳ ସହ ଘଟଣାସ୍ଥଳକୁଯାଇ ତଦନ୍ତକରିବା ସହ ରକ୍ତନମୁନା ଓ ରକ୍ତଲଗା ପଥରକୁ ଜବତକରି ମୃତଦେହକୁବ୍ୟବଛେଦପାଇଁ ପଠାଇଥିଲା ।ପୋଲିସ ପରେ ସେହି ଗାଁକୁ ଯାଇ ପଚରାଉରା ବେଳେ ମୃତମହିଳାଙ୍କ ଘରକୁ ଏହିଗ୍ରାମର ମନୋଜମହାରଣାନାମକ ବ୍ୟକ୍ତି ଯିବାଆସିବାର ଜାଣିବାକୁପାଇଥିଲା ।ଏହାପରେ ମନୋଜର ଗତିବିଧିକୁ ଦୃଷ୍ଟିକୁନେଇ ତାକୁ ପଚରାଉଚରା କରିବାପରେ ସେ ସତ ମାନିଯାଇଥିଲା ।ମୃତ ବିଧବାମହିଳା ଉର୍ମିଳାଙ୍କ ଘରପାଖରେ ଥିବା ବେଣୁଧରସାହୁଙ୍କ ଘରକାମରେ କାମକରୁଥିବା ବେଳେ ମନୋଜ ପାପସମ୍ପର୍କ ରଖିବା ଉଦ୍ଦେଶ୍ୟରେ ପାଣିପିଇବା,ସ୍ୱସ୍ଥ୍ୟବିଷୟରେ ପଚାରିବା ଆଦି ବିଭିର୍ଣଆଳ ଦେଖାଇ ଉର୍ମିଳାଙ୍କ ପାଖକୁ ଆସି କଥାହୋଇଥାଏ ।ଘଟଣାଦିନ ଉର୍ମିିଳାଙ୍କ ପୁଅ ପାର୍ଥ ରାତିରେ ଘରେ ରହୁନବାର ଓ ଦୃଷ୍ଟିହୀନ ଶ୍ୱଶୁର ଗୋଟେ ଘରେ ରହୁଥିବାର ଜାଣିବାପରେ ଯୋଜନାକରି ରାତି୧୧ଟାରେ ସିନ୍ଦୁର ନେଇ ଘରକୁଆସିଥିଲା ।ଘରଖୋଲାଥିବାରୁ ଘରଭିତରକୁପଶି ଉର୍ମିିଳାଙ୍କପାଖକୁଯାଇ ସିନ୍ଦୁରଦେଖାଇବାସହ ପାପ ସର୍ମ୍ପକରଖିବାକୁ ଉଦ୍ୟମ କରିଥିଲା ।ଏଥିରେ ଉର୍ମିିଳା ରାଜିନହେବାରୁ ଜବରଦସ୍ତ କରିଥିଲା ।ଉର୍ମିିଳା ପାଟିକରିବାରୁ ଗାଁଲୋକ ଏହା ଜାଣିପାରିବେ ଭାବି ପାଖରେ ଥିବା ବ୍ୟାଟରେ ଉର୍ମିିଳାଙ୍କ ମୁଣ୍ଡକୁ ପିଟିଦେଇଥିଲା ।ନିଜଜୀବନ ବଂଚାଇବାକୁଯାଇ ଚେଷ୍ଟାକରି ଉର୍ମିିଳା ଘରବାହାରକୁ ପଳାଇଆସିଥିବାବେଳେ ମନୋଜ ତାଙ୍କୁ ଗୋଡାଇଗୋଡଇ ଆସି ପଥରରେ ଛେଚିଦେଇ ହତ୍ୟା କରିଥିଲା ।ପୋଲିସ ହତ୍ୟାରେ ବ୍ୟବହୃତ ବ୍ୟାଟ ଓ ପଥରକୁ ଜବତକରିବାସହ ୧୨୦/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ମନୋଜମହାରଣାକୁ ଗିରଫକରି କୋର୍ଟଚାଳଣ କରିଛି ।

 

Leave A Reply

Your email address will not be published.