ଜେଲ୍ ପାଚେରୀ ଡେଇଁ ଆସାମୀ ଫେରାର୍

0 295

ଢେଙ୍କାନାଳ, ୨/୭(ଏସ ଏସ ନିୟୁଜ) ହିନ୍ଦୋଳ ଜେଲ୍ରେ ଥିବା ଜଣେ ବିଚାରାଧୀନ ଆସାମୀ ଆଜି ସକାଳୁ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ପରିସରରେ ଥିବା ଏକ ବାଉଁଶ ଦ୍ୱାରା ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବାର କୁହାଯାଉଛି । ଫେରାର ଆସାଢ଼ି ହେଉଛନ୍ତି ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଗତ ୨୫ ତାରିଖରେ ଜନ୍ତୁ ମାଂସ ଭାଗବଣ୍ଟା କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । ବିରଞ୍ଚି ଏକ ଧାରୁଆ ଅସ୍ତ୍ରରେ ଭୁଲୁଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଭୁଲୁଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁକରି ବିରଞ୍ଚିକୁ ୨୬ତାରିଖରେ କୋର୍ଟଚାଲଣ କରିବାପରେ ଜାମିନନାମଞୁର ହେବାରୁ ସେହିଦିନଠାରୁ ହିନ୍ଦୋଳ ଜେଲ୍ରେ ରହିଥିଲେ । ବିରଞ୍ଚିକୁ ଧରିବାପାଇଁ ପୋଲିସ୍ ଓ ଜେଲ୍ ପକ୍ଷରୁ ବହୁ ଖୋଜାଖୋଜି ଆରମ୍ଭ ହୋଇଛି ।

Leave A Reply

Your email address will not be published.