ଆରମ୍ଭ ହେଲା ମୁକ୍ତା’ ଯୋଜନା

ସକାଳର ଖବର,୦୩-ଜୁଲାଇ-୨୦୨୧,ଶନିବାର

0 277

➡️୧-ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗର ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ହେଲା ‘ମୁକ୍ତା’ ଯୋଜନା ।
➡️୨-ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ,ଏଥିପାଇଁ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ପ୍ରସ୍ତୁତି ।
➡️୩-ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ।
➡️୪-ଖୁଚୁରା ଏବଂ ହୋଲସେଲ ବାଣିଜ୍ୟକୁ ଏମଏସଏମଇ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା ।
➡️୫-ଏଣିକି କରୋନା ଟିକା ନେଇପାରିବେ ଗର୍ଭବତୀ ମହିଳା, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ଅନୁମତି ।
➡️୬-ଓଡିଶା ଆସିବ କେନ୍ଦ୍ରୀୟ ଟିମ୍, କୋଭିଡ୍ ସ୍ଥିତିର କରିବ ସମୀକ୍ଷା : ସଂକ୍ରମଣ ହାର ଅଧିକ ଥିବା ଅନ୍ୟ ୫ ରାଜ୍ୟକୁ ମଧ୍ୟ ଯିବ ଟିମ୍ ।
➡️୭-ଦୂର ହେବ ଟିକା ସମସ୍ୟା, ରାଜ୍ୟକୁ ଆସିଲା ୯ ଲକ୍ଷ ୪୩ ହଜାର କୋଭିସିଲ୍ଡ ଟିକା ।
➡️୮-ଓଡ଼ିଶାର ୪ ଜିଲ୍ଲା ସମେତ ଦେଶର ୭୧ଟି ଜିଲ୍ଲାରେ ପିଜିଟିଭିଟି ହାର ୧୦% ଉପରେ ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
➡️୯-ଡାଲି ଷ୍ଟକ୍ ସୀମା ଧାର୍ଯ୍ୟ କଲେ ସରକାର,ଏଣିକି ୫ ଟନରୁ ଅଧିକ ଷ୍ଟକ ରଖିପାରିବେନି ଖୁଚୁରା ବେପାରୀ ।
➡️୧୦-ସହରରୁ ମହାନଗର, ସାରା ଓଡ଼ିଶାରେ ଶତକ ମାରିଲା ପେଟ୍ରୋଲ ଦର । କଟକ-ଭୁବନେଶ୍ୱରରେ ମଧ୍ୟ ଟପିଲା ଶହେ, ମାଲକାନିଗିରି କାଲିମେଳାରେ ଚାଲିଛି ଲିଟର ପିଛା ୧୦୬ ଟଙ୍କା ।
➡️୧୧-ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ଜନସନର ଏକକ ଡୋଜ୍ କରୋନା ଟିକା ।
➡️୧୨-ଉତ୍ତରାଖଣ୍ଡ ରେ ଚଳିତବର୍ଷ ଶ୍ରାବଣରେ ହେବନି କାଉଡି ଯାତ୍ରା, ପ୍ରତିବନ୍ଧକ ଲଗାଇଲେ ତିରଥ ସିଂ ରାୱତ ସରକାର ।
➡️୧୩-ଉତ୍ତରପ୍ରଦେଶରେ କୋହଳ ହେଲା କରୋନା କଟକଣା । ଜୁଲାଇ ୫ ରୁ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ ଓ ଜିମ୍ ।
➡️୧୪-ମମତା ସରକାରଙ୍କୁ ଝଟକା : ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାରେ ଏଫଆଇଆର ଦାୟର ସହ ପୀଡିତାଙ୍କୁ ଚିକିତ୍ସା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
➡️୧୫-ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ନେବାପରେ ଦ୍ୱିତୀୟ ଡୋଜରେ ମଡର୍ଣ୍ଣା ନେବେ କାନାଡା ପ୍ରଧାନମନ୍ତ୍ରୀ ।
➡️୧୬-ଇସ୍ରୋର ୩ଟି କମ୍ୟୁନିକେସନ୍‌ ସାଟେଲାଇଟ୍‌ ଅଧିଗ୍ରହଣ କରିବ NSIL, ସୂଚନା ଦେଲେ କେ ଶିବନ୍‌ ।
➡️୧୭-ପୁଲଓ୍ବାମାରେ ଭାରତୀୟ ସେନାକୁ ବଡ ଧରଣର ସଫଳତା : ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି ।
➡️୧୮-ବିରାଟ କୋହଲି ଟିମ୍ ଇଣ୍ଡିଆର ଅଧିନାୟକ ରହିବେ କି ନାହିଁ, ୪ ମାସ ପରେ ଆସିବ ନିଷ୍ପତ୍ତି ।
➡️୧୯-ଜୟପୁର ରେ ହେବ ଦୁନିଆର ତୃତୀୟ ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ।
➡️୨୦-ବିରାଟ କୋହଲିଙ୍କୁ ଆଶ୍ଵସ୍ତି, ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବ ଭାରତୀୟ ଦଳ ।
ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

Leave A Reply

Your email address will not be published.