ଆଜିର ଅନୁଚିନ୍ତା

ତାରିଖ - ୦୩:୦୭:୨୦୨୧,ଶନିବାର

0 301

?ନିଜ ଜୀବନର ସଂଘର୍ଷ ନିଜେ ହିଁ ଲଢିବେ, ଜ୍ଞାନ ଅନେକ ଦେବେ କିନ୍ତୁ ସଙ୍ଗ କେହି ଦେବେ ନାହିଁ ।
?ଜୀବନର ଅର୍ଥ କେବଳ ଖୁସିରେ ରହିବା ନୁହେଁ, ନିଜ ଅନୁଭବ ଜରିଆରେ କିଛି ଶିଖିବା ।
?ଜୀବନ ହେଉ ବା ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି ସମୟ ସ୍ରୋତରେ ସମସ୍ତେ ଦିନେ ହଜିଯାଆନ୍ତି ।
?ଅନ୍ୟର ଭୁଲ୍ ଠିକ୍ ର ହିସାବ ରଖିବା ଅପେକ୍ଷା ପ୍ରଥମେ ନିଜ ଭୁଲ୍ ଠିକ୍ ର ହିସାବ ରଖିବା ଉଚିତ୍ ହେବ ।
?Time ଆଉ Relation ଠିକ୍ ଏକା ଭଳି, କେବେ ମଧ୍ୟ କାହାକୁ ଜଣାଇ ଆସନ୍ତି ନାହିଁ କିମ୍ବା ଜଣାଇ ଯାଆନ୍ତି ନାହିଁ ।
ଆଜିର ନୀତିବାଣୀ
?କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ ।
?ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ ।
?ଜୀବନରେ ସମସ୍ୟା ଯେତେ ବି ଥାଉ ନା କାହିଁକି ଚିନ୍ତା କଲେ ତାହା ଦ୍ୱିଗୁଣ ହୋଇଯାଏ । ନୀରବ ରହିଲେ ତାହା ଅଧା କମିଯାଏ । ଧର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୁଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ
?ମଣିଷର ପ୍ରକୃତି ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ, ଆଦର କଲେ-ଖୋସାମତ ଭାବେ, ଉପଦେଶ ଦେଲେ- ମୁହଁ ମୋଡେ ଆଉ ଉପକାର କରିଥିଲେ- ଅସ୍ବୀକାର କରେ ।
?ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ, କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ। କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ ।।ଜୟ ଜଗନ୍ନାଥ,ଜୟ ସୋମନାଥ।
ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ କୋଟି କୋଟି ପ୍ରଣାମ,ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା

Leave A Reply

Your email address will not be published.