ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର

0 438

➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା ।
➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ।
➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା । ୯୦.୬୪ ପ୍ରତିଶତ ଛାତ୍ର ଦଶମ ଶ୍ରେଣୀରେ ଏବଂ ୭୯.୨୧ ପ୍ରତିଶତ ଛାତ୍ର ଦ୍ୱାଦଶ ଶ୍ରେଣୀରେ ପାସ୍ କରିଛନ୍ତି।
➡️୪-କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ପରିବାରଙ୍କ ପାଇଁ ୨ କୋଟି ୫୫ ଲକ୍ଷ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି ।
➡️୫-ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୫ ସୁଦ୍ଧା ଆରମ୍ଭ ହେବ ପିଜି ନାମଲେଖା । ଏ ନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।
➡️୬-ଅଗଷ୍ଟ ୧୯ ସୁଦ୍ଧା ସରିବ +୩ ଶେଷ ବର୍ଷ ପରୀକ୍ଷା, ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ବ୍ୟାକ ପେପର ସହ ସମସ୍ତ ପରୀକ୍ଷା ଫଳ ।
➡️୭-ଓଡ଼ିଶା ପ୍ରଫେସର ପ୍ରସ୍ତୁତ କଲେ ସ୍ବତନ୍ତ୍ର ପ୍ରକାରର ମାସ୍କ । ମାସ୍କ ରେ ଲେଖା ଯାଇଛି କରୋନା ସମ୍ପର୍କରେ ସଚେତନତା ।
➡️୮-ଜିଓ ଫୋନକୁ ଟକ୍କର ଦେବାକୁ କମ ମୂଲ୍ୟରେ ୪ଜି ଫୋନ ଲଞ୍ଚ କଲା ନୋକିଆ, ଆଜିଠାରୁ ଇ-କମର୍ସ ସାଇଟ୍ ଆମାଜନ୍ ଏବଂ ନୋକିଆର ଅଫିସିଆଲ୍ ୱେବସାଇଟ୍ ରେ ହେବ ବିକ୍ରୀ ଆରମ୍ଭ ।
➡️୯-ଲଗାଣ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ବିତ୍ପାତ । ଭୂସ୍ଖଳନ ଯୋଗୁଁ ଚାଲିଗଲା ୩୬ ଜଣଙ୍କ ଜୀବନ । ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା ଓଡ଼ିଶା ।
➡️୧୦-୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ ମଡର୍ଣ୍ଣା ଟିକା, ୟୁରୋପୀୟ ମେଡିସିନ୍ସ ସଂସ୍ଥା ଦେଲା ଅନୁମତି ।
➡️୧୧-ଲୋକସଭାରେ ପେଗାସସ୍‍ ଓ କୃଷି ଆଇନ୍‍ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସୋମବାର ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ ।
➡️୧୨-ବିଶ୍ୱରେ ଘାତକ ହେଉଛି ହାଭାନା ସିଣ୍ଡ୍ରୋମ, ୧୦୦ CIA ଅଧିକାରୀ ଏବଂ ପରିବାର ସଦସ୍ୟ ଅସୁସ୍ଥ ।
➡️୧୩-ଟିଏମସିର ସଂସଦୀୟ ଦଳ ନେତା ହେଲେ ମମତା ବାନାର୍ଜୀ ।
➡️୧୪-ଫସିଲେ ଅଭି​‌ନେତ୍ରୀ ଶିଳ୍ପା ସେଟ୍ଟୀ, ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଜେରା କଲା କ୍ରାଇମବ୍ରାଞ୍ଚ ଟିମ ।
➡️୧୫- ତୁର୍କୀରେ ପ୍ରବାସୀଙ୍କୁ ନେଇ ଯାଉଥିବା ଜାହାଜ ବୁଡ଼ିଲା, ୪୫ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି ।
➡️୧୬-ଆସନ୍ତା ୨୭ରେ ଭାରତ ଗସ୍ତରେ ଆସିବେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍ ଏଣ୍ଟୋନୀ ବ୍ଲିଙ୍କନ ।
➡️୧୭-ଟେଲିଭିଜନରେ ବ୍ୟାନ୍ ହେଲା ବିଗ୍ ବସ୍ ସିଜନ୍-୧୫, ଏଣିକି OTT ରେ ସିଦ୍ଧାର୍ଥ ଶୁକ୍ଲା-ଶେହନାଜ୍ ଗିଲ୍ କରିବେ ହୋଷ୍ଟ ।
➡️୧୮-ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିଲା ସାରା ବିଶ୍ୱ, ସେପଟେ ଅଲିମ୍ପିକ୍ସ ବନ୍ଦ କରିବାକୁ ଷ୍ଟାଡିଅମ ବାହାରେ ଲୋକଙ୍କ ବିକ୍ଷୋଭ ।
➡️୧୯-ଟୋକିଓ ଅଲିମ୍ପିକ୍ସ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।
➡️୨୦-ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ନୀରାଶ କଲେ ତୀରନ୍ଦାଜ । ଆଶାନୁଯାୟୀ ପ୍ରଦର୍ଶନ କରିବାରେ ସଫଳ ହୋଇ ନ ଥିଲେ କୌଣସି ତୀରନ୍ଦାଜ।
➡️୧୯-ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ‌ଆଜିଠାରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ ।
➡️୨୦-ଖରାପ ଫିଲ୍ଡିଂ ଛଡ଼ାଇ ନେଲା ସିରିଜ୍‌ ମୂଳପୋଛ ସୁଯୋଗ । ଲଗାତାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଶୃଙ୍ଖଳା ଆଗୁଆ କବ୍‌ଜା କରିନେଇଥିବା ଭାରତ ଗତକାଲି ତୃତୀୟ ଦିନିକିଆରେ ପରାସ୍ତ ହେଲା ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.