ଯୋଦ୍ଧା କଲେ ଯୋଦ୍ଧାଙ୍କୁ ସମ୍ମାନୀତ

0 551

ବାରଙ୍ଗ,୧/୭(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା କୁ ଦମନ କରିବା ସହ ସାଧାରଣ ଲୋକଙ୍କ ଜୀବନ ବଂଚାଇବାପାଇଁ ସରକାର ପ୍ରାଣମୁର୍ଛା ଉଦ୍ୟମ ଚଳାଇଛନ୍ତି ।ଏହାକୁ ସାଧାରଣ ଜନତା ମଧ୍ୟ ସମର୍ଥନ ଜଣାଇଛନ୍ତି ।ଏହି ସମୟଭିତରେ ଗାଁଗହଳିରେ ରହୁଥିବା ଗରିବ ତଥା ନିସହାୟ ଲୋକମାନଙ୍କୁ ବହୁ ବଦାନ୍ୟ ବ୍ୟକ୍ତିମାନେ ସାହାର୍ଯ୍ୟ ଓ ସହଯୋଗ କରୁଥିବାର ଦେଖିବାକୁ ମିଳିଛି । କିଏ ଶୁଖିଲା ଖାଦ୍ୟ ବାଂଟୁଛି ତ କିଏ ରନ୍ଧାଖାଦ୍ୟ ଦେଉଛି । କିଏ ରାସନ ସାମଗ୍ରୀ ଦେଉଛି ତ କିଏ ଆର୍ଥିକ ସାହାର୍ଯ୍ୟ କରୁଥିବାର ଦୃଷ୍ଟିକୁ ଆସିଛି । ଏହାରି ଭିତରେ ରାଜଧାନୀ ଉପକଣ୍ଠରେ ଦୁଖିରଙ୍କିଙ୍କ ଦୁଃଖରେ ନିଜକୁ ସାମିଲ କରି ଚର୍ଚ୍ଚାର ପରିସରକୁ ଆସିଥିବା ସାମାଜିକ ସଙ୍ଗଠନ ହେଉଛି ପଂଚସଖା । ପଂଚସଖାର ସାହାର୍ଯ୍ୟକାରୀ ଗୁଣକୁ ସବୁବେଳେ ସାବାସୀ ମିଳିଥିବା ବେଳେ ବାହୁଡା ଯାତ୍ରାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ସଙ୍ଗଠନର ସଦସ୍ୟ ଜଣେ ଜଣେ କରୋନା ଯୋଦ୍ଧା ହୋଇଥିବା ବେଳେ ବିପତି ସମୟରେ ଅନ୍ୟମାନଙ୍କ କାର୍ଯ୍ୟକୁ କରିଛନ୍ତି ଏହିଅବସରରେ କରିଛନ୍ତି ପ୍ରଶଂସା ।
ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଦାଢାପଂଚାୟତର ବାଲିପଡା ବାଲୁଙ୍କେଶ୍ୱରମହାଦେବ ମନ୍ଦିର ପ୍ରାଙ୍ଗଣରେ ବାହୁଡାଯାତ୍ରାରେ ଅଂଚଳର କେତେଜଣ କରୋନା ଯୋଦ୍ଧାମାନଙ୍କୁ ସମ୍ମାନୀତ କରିଛନ୍ତି ।ସେମାନଙ୍କ ମଧ୍ୟରେ ରହିଛନ୍ତି ସାମ୍ବାଦିକ,ପ୍ରଶାସକ, ରାଜସ୍ୱନିରିକ୍ଷକ, ଆଶାକର୍ମୀ ଓ ମହିଳାସ୍ୱାସ୍ଥ୍ୟ କର୍ମୀ । ସାମାଜିକ ଅନୁଷ୍ଠାନ ପଂଚସଖାର ତତ୍ୱାବଧାନରେ ବରିଷ୍ଟ ବିଜେଡି କୃଷକ ନେତାତଥା ଅଂଚଳର ବୟୋଜ୍ୟେଷ୍ଠ ମୁରବୀ ଭଗବାନଜେନା ,ମୁରବୀ ନିରଞନପରିଡା,ମୁରବୀ କାଙ୍ଗାଳିପରିଡା.ପୁର୍ବତନ ସରପଂଚ ସନାତନ କାଣ୍ଡି, ପଂଚଶଖା ସାମାଜିକ ଅନୁଷ୍ଠାନର ସଭାପତି ଜନକମାଝୀ.ସଦସ୍ୟ ଅସିତସାସ୍‌ମଲ, ଅମୁଲ୍ୟ କୁମାର ଜେନା,ଲଳିତେନ୍ଦୁ ପ୍ରଧାନ,ସୁରେଶଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତେ ବାବା ବାଲୁଙ୍କେଶ୍ୱର ଓ ଜଗତରନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦୀପଦାନ କରି କରୋନା କବଲରୁ ସଂସାରକୁ ରକ୍ଷା କରିବାପାଇଁ ପ୍ରାର୍ଥନା କରାଯାଇଥିଲା ।ପରେ ମନ୍ଦିର ପରିସରରେ ଆୟୋଜିତ ସମ୍ଭର୍ଦ୍ଧନା ଉସ୍‌ବ ରେ ନନ୍ଦନକାନନଥାନାର ବରିଷ୍ଟ ସବ୍‌-ଇନସ୍‌ପେକ୍ଟର ନବଘନମଲ୍ଲିକ,ବରିଷ୍ଟସାମ୍ବାଦିକ ତଥା ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜରାଉତ ,ଜଗନ୍ନାଥଭଞ, ତ୍ରିଲୋଚନଦାସ, ପ୍ରଦୀପକୁମାରସ୍ୱାଇଁ, କମଳା କାନ୍ତନାୟକ ,ଅଜୟକୁମାରରାଉତ, ଦୁଷ୍ମନ୍ତକୁମାର ଜେନା, ସଂଗ୍ରାମକିଶୋରଦାସ,ଏସ୍ .କେ.ମୁନା ଚିତ୍ରସେନବାରିକଙ୍କ ସମେତ ଦାଢାପାଟଣା ରାଜସ୍ୱନିରିକ୍ଷକ ଜଗନ୍ନାଥମହାରଣା, ଆଶାକର୍ମୀ ବିନୋଦିନି ପଢିହାରୀ, ମହିଳାସ୍ୱାସ୍ଥ୍ୟ କର୍ମୀ ସୁମିତ୍ରାବେହେରା ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା ।

 

Leave A Reply

Your email address will not be published.