ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

0 209

କେନ୍ଦୁଝର , ୮/୮(ଏସଏସନିୟୁଜ) ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ବଡ଼ବିଲ ପୁଲିସ କୋର୍ଟଚାଳଣ କରିଛି ।ସେମାନେ ହେଲେ ଦୁଇନାବାଳକ ସହ ଇନ୍ଦିରା କଲୋନିର ମହେଶ ଲୋହାର (୨୧) ।ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀକୁ ଏମାନେ ଆଗରୁ ଜାଣିଥିଲେ । ୫ ତାରିଖ ରାତି ପ୍ରାୟ ୯ଟାବେଳେ ଏହି ୩ଜଣ ଯୁବତୀଙ୍କ ଘରକୁ ଯାଇ କୈାଶଳକ୍ରମେ କଥାପ୍ରସଙ୍ଗରେ ଘରଠାରୁ କିଛିଦୁର ନିଛାଟିଆ‌ ସ୍ଥାନକୁ ଡାକି ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ୧୩୧/୨୧କେଶନଂରେ ଗତକାଲି ଏକ ମକଦ୍ଦମା ଥାନାରେ ରୁଜୁହେବାପରେ ମୁଖ୍ୟ ଅଭିଯୁକ୍ତ ମହେଶ ଏବଂ ଦୁଇ ନାବାଳକଙ୍କୁ ଗିରଫ କରିବାସହ ସମସ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଦୁଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇବାସହ ମହେଶକୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.