ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି

0 151

କଟକ,୨୩/୬(ଏସଏସନିୟୁଜ) ଉଚ୍ଚ ପରିଷଦ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନମନ୍ତେ ଆଡିମିଟ କାର୍ଡ ଓ ଏସଓପି ଜାରି କରାଯାଇଛି । ଆସନ୍ତା ୨୫ ତାରିଖରୁ ଅନଲାଇନରେ Https://samsodisha.gov.in/Juniorweb.aspx ଲିଙ୍କରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଯେଉଁ ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପାରବେନି ସେମାନେ SOP ମାନି ନିଜ ନିଜ କଲେଜରୁ ଆଡମିଟ କାର୍ଡ ଆଣି ପାରିବେ । ଏହା ସହିତ ଜୁଲାଇ ୭ ତାରିଖ ସୁଧା ନିଜ ନିଜ କଲେଜରେ ପ୍ରାକ୍ଟିକାଲ ପେପର ଦାଖଲ କରିବାକୁ ଏସଓପିରେ ଜାରି ହୋଇଛି । ତେବେ ମହାମାରୀ କୋରୋନା ପାଇଁ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିବା ବେଳେ ଏବେ ମାଟ୍ରିକ ପରୀକ୍ଷାର ମାର୍କକୁ ନେଇ ମୂଲ୍ୟାୟନ କରାଯିବ । ତେବେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ନ ଯାଇ ଅନଲାଇନ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.