ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ହେବ ପରୀକ୍ଷା

0 177

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ) ଜୁଲାଇ ଓ ଅଗଷ୍ଟରେ ୟୁଜି,ପିଜି ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା ହେବାର ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେମିଷ୍ଟାର ପରୀକ୍ଷା କେବେ ହେବ ସଂପୃକ୍ତ ୟୁନିଭରସିଟି ସ୍ଥିର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ୟୁନିଭରସିଟି ବା ଅଟୋନୋମସ କଲେଜ୍ ମଧ୍ୟ ପରୀକ୍ଷା ତାରିଖ ସ୍ଥିର କରିବେ ବୋଲି ସେ କହିଛନ୍ତି । ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡରେ କରାଯିବ ପରୀକ୍ଷା । ବିଶ୍ୱବିଦ୍ୟାଳୟ ଓ ଅଟୋନୋମସ କଲେଜ ପରୀକ୍ଷା ତାରିଖ ସ୍ଥିର କରେିବ । ଯାହାର ଘରେ ସୁବିଧା ନଥିବ ନିକଟ ଡିଗ୍ରୀ କଲେଜ୍‌ରେ ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଜୁଲାଇ ଓ ଅଗଷ୍ଟରେ ଫାଇନାଲ୍ ପରୀକ୍ଷା ହେବାକୁ ସ୍ଥିର କରାଯାଇଥିବାବେଳେ ଅଗଷ୍ଟ ଓ ସେପ୍ଟମ୍ବର ମାସ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.