କାହଁକି ହୁଏ ସ୍ତନକର୍କଟ

0 659

କାହଁକି ହୁଏ ସ୍ତନକର୍କଟ ତାହା ଅଦ୍ୟାବଧି ପୁର୍ଣାଙ୍ଗ ଓ ସଠିକ ତଥ୍ୟ ମିଳିପାରିନାହିଁ ।ତଥାପି ବିଶେଷଜ୍ଞମାନେ କେତେକ ନିଦ୍ଦିଷ୍ଟ କାରଣ ଯୋଗୁ ସ୍ତନକର୍କଟ ହେବାର ଆଶଙ୍କା ଥାଇପାରେ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏସବୁ କଣ?
୧-ଯେଉଁ ମହିଳାମାନଙ୍କର ପୁର୍ବଜ ତଥା ମାଆ,ଜେଜେମା,ଭଉଣି ସ୍ତନକର୍କଟରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ଆଶଙ୍କା ଅଧିକ ରହିଥାଏ ।
୨-ଗୋଟିଏ ସ୍ତନରେ କର୍କଟ ହୋଇଥିଲେ ଅନ୍ୟଟି ଆକ୍ରାନ୍ତ ହେବାର ସମ୍ଭବନା ଅଧିକ ଥାଏ
୩-ସନ୍ତାନ ଜନ୍ମରେ ବିଳମ୍ଭ ହେଲେ ।
୪-ନିଃସନ୍ତାନ ମହିଳାଙ୍କ କ୍ଷେତ୍ରରେ ସ୍ତନକର୍କଟ ହେବାର ଆଶଙ୍କା ଅଧିକ ଥାଏ ।
୫-ଯେଉଁମାନଙ୍କର ମାସିକ ରୁତୁସ୍ରାବ କମ୍‌ବୟସରୁ ଆରମ୍ଭ ହୋଇଥାଏ ।
୬-ବିଳମ୍ଭରେ ରୁତୁଶ୍ରାବ ବନ୍ଦ ହେଲେ ।
୭-ଅତ୍ୟଧିକ ମୋଟା ମହିଳାମାନଙ୍କ କ୍ଷେତ୍ରରେ ରୁତୁଶ୍ରାବ ବନ୍ଦ ହେବାପରେ ସ୍ତନକର୍କଟ ହେବାର ଆଶଙ୍କା ମଧ୍ୟ ଥାଏ ।
– ସ୍ତନକର୍କଟର ଲକ୍ଷଣ –
ଡାକ୍ତରଙ୍କ କହିବା ଅନୁଯାୟୀ ସ୍ତନକର୍କଟର ୪ଟିସ୍ତର ରହିଚି ।ପ୍ରଥମଦୁଇଟି ସ୍ତରରେ ଟ୍ୟୁମରକୁ ଜାଣିବାକୁ ହୁଏ । ତୃତୀୟସ୍ତରରେ ସ୍ତନ କିମ୍ବା କାଖରେ କେଉଁଠି ଟ୍ୟୁମର ଥାଏ ସେଇଟା ଦେଖିବାକୁ ହୁଏ । ଚତୁର୍ଥସ୍ତରରେ ହାର୍ଟ,ଲିଭର,ବ୍ରେନକୁ କ୍ୟାନସର କିଛି ପ୍ରଭାବ ପଡିଥାଏ ତାକୁ ଚିକିସ୍‌ା କରାଯାଏ ।

Leave A Reply

Your email address will not be published.