କଳା ପଲସର୍ ରେ ଆସି ଲୁଟିଲେ ଟଙ୍କା, ଧରାପଡିଲେ

0 188

ଭଞ୍ଜନଗର,୪/୯(ଏସଏସନିୟୁଜ) ସାଇକେଲ ଆରୋହୀଙ୍କ ଠାରୁ ଗୋବରା ଗାଁ ନିକଟ ପୁଟବନ୍ଧ ନିକଟରେ ନଗଦ ଟଙ୍କା ଓ ମୋବାଇଲ ଲୁଟି ନେବା ଅଭିଯୋଗରେ ଗାଙ୍ଗପୁର ଥାନା ପୋଲିସ ଦୁଇ ଲୁଟେରା ଗିରଫ କରିବା ସହ ଲୁଟ ଟଙ୍କା ଓ ବାଇକ୍ ଜବତ କରିଛି । ମାଧବରିଡା ଗ୍ରାମର କିରଣ କୁମାର ବିଶ୍ବାଳ ସାଇକେଲ ରେ ଯାଉଥିବା ବେଳେ ଏକ ପଲସରରେ ଦୁଇଜଣ ଅଜଣା ଦୁର୍ବୃତ୍ତ ପିଛା କରି କିରଣ ଧରିଥିବା ନଗଦ ୧୭,୬୦୦ ଟଙ୍କା , ଗୋଟିଏ ଏଣ୍ଢ୍ରୋଏଡ୍ ମୋବାଇଲ ଛଡ଼ାଇ ନେଇ ପଳାଇଯାଇଥିଲେ ।ଅଭିଯୋଗ ପାଇ ପୋଲିସ ଚଢଉ କରି ସୋରଡ଼ା ନିକଟ କଇଠପଲ୍ଲୀସାହି ର କ୍ରିଷ୍ଣା ଦାସ ଓ ଏ.ଗଣେଶ ଙ୍କୁ ଗିରଫ କରିବା ସହ ଲୁଟଟଙ୍କା ଓ ଲୁଟେରାମାନେ ବ୍ୟବହାର କରିଥିବା ନମ୍ବର ବିହୀନ ପଲସର୍ ମୋଟରସାଇକେଲ କୁ ଜବତ କରିଛି ।

Leave A Reply

Your email address will not be published.