କାଲିଠାରୁ ଆରମ୍ଭ ସରକାରୀ ସ୍କୁଲରେ ନାମଲେଖା

0 214

ଭୁବନେଶ୍ୱର ୨୬/୪(ଏସଏସନିୟୁଜ) ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନା ମଲେଖା କାଲିଠାରୁ ଆରମ୍ଭ ହେବ । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏ ନାମ ଲେଖା ସାରିବା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସବୁ ଊଋଙ, ଈଋଙ ଓ ଊଚଉ ଙ୍କୁ ଚିଠି ଲେଖିଛନ୍ତି। ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ ଟା ୩୦ ଯାଏ ହେବ ନାମଲେଖା । କୌଣସି ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକଙ୍କୁ ସ୍କୁଲକୁ ନାମଲେଖା ପାଇଁ ଡକାଯିବ ନାହିଁ । ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲରେ ପାଠ ପଢି ପାରିବେ ଛାତ୍ରଛାତ୍ରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ୫ରୁ ଅଧିକ ଅଭିଭାବକଙ୍କୁ ସ୍କୁଲକୁ ଡକାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ସମ୍ପର୍କରେ ଶିକ୍ଷା ସଂଯୋଗ ଦ୍ୱାରା ହ୍ୱାସ୍‌ଆପ୍ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.