କାଲିଠାରୁ ଗ୍ରୀଷ୍ମଛୁଟି ଘୋଷଣା କଲା ଉଚ୍ଚଶିକ୍ଷାବିଭାଗ

0 242

ଭୁବନେଶ୍ୱର, ୪/୫ (ଏସଏସନିୟୁଜ) ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମଛୁଟି ହେବ ।ଏଥିନେଇ ରାଜ୍ୟ ଉଚ୍ଚଶିକ୍ଷା ଅଧୀନରେ ଆସୁଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସପାଲ ଓ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ମାନଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି । ଗ୍ରୀଷ୍ମଛୁଟିି ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରହିବ । ଆସନ୍ତାକାଲି ୫ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କାରଯାଇଥିବାର ଜଣାପଡିଛି । ଏହିସମୟ ଭିତରେ ଅନଲାଇନ କ୍ଲାସ ଓ ପରୀକ୍ଷାକରାଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.