କଳ୍ପନାରୁ ୨ଛାତ୍ରୀ ଉଦ୍ଧାର

0 163

ଭୁବନେଶ୍ବର, ୧୮/୫(ଏସଏସନିଉଜ) ଦୁଇ ନାବାଳିକାଙ୍କୁ ଛୁରୀ ଦେଖାଇ ଭୟଭିତ କରାଇ ଅପହରଣ କରି ବସରେ ନେଉଥିବାବେଳେ ଧରାପଡିଛି ।ହେଲେ ନାବାଳିକାଦ୍ୱୟ ଉଦ୍ଧାର ହୋଇଥିବାବେଳେ ଅପହରଣକାରୀ ଖସି ପଳାଇଯଇଛନ୍ତି ୩ଜଣ ଯୁବକ ୨ଜଣ ନାବାଳିକାଙ୍କୁ ଶାନ୍ତିଲତା ବସରେ ଭୁବନେଶ୍ବରରୁ ପୁରୀ ନେଉଥିବାର ସୁଚନାପାଇ ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି କଳ୍ପନା ଛକରେ ଏହି ବସକୁ ରୋକିଥିଲେ ।ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଖସିଯାଇଥିବାବେଳେ ୨ ନାବାଳିକାଙ୍କୁ ଉଦ୍ଧାର କାରଯାଇ ଅତିରିକ୍ତ ସିଡବ୍ଲୁସିରେ ହାଜର କରାଇବା ପରେ ତମାଣ୍ଡୋ ଥାନା ଅନ୍ତର୍ଗତ ଭିଜେଏସ୍‌ଏସ୍ ଓପନ ସେଲଟର୍‌ରେ ରଖାଯାଇଥିବା ଜଣାପଡିଛି ।କଟକ ନୂଆବଜାରସ୍ଥିତ ଏକ ସ୍କୁଲ୍‌ରୁ ଘରକୁ ଫେରୁଥିବା ବେଳେ ତାଙ୍କ ବେକରେ ଛୁରି ଲଗାଇ ଅପହରଣ କରାଯାଇଥିବାନେଇ ନାବାଳିକାଦ୍ୱୟ ପ୍ରକାସ କରିଛନ୍ତି ।

Leave A Reply

Your email address will not be published.