ରାଜଧାନୀରେ ପୁଣି ଫୁଟିଲା ଗୁଳି

0 384

ଭୁବନେଶ୍ବର, ୧୮/୫(ଏସଏସନିଉଜ) ଗତକାଲି ସଂଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିଆର୍‌ପି ଛକସ୍ଥିତ ଫୁଡ୍ ଷ୍ଟଲ୍ ନିକଟରେ ଗୁଳି ଫୁଟିଛି। ସଂଧ୍ୟା ସାଢ଼େ ୬ଟା ପାଖାପାଖି ବିନୟ ଆଚାର‌୍ୟ୍ୟ ନାମକ ଯୁବକ ଥିବା ଏକ ପାନ ଦୋକାନକୁ ବନ୍ଦ କରାଇବା ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାକୁ ଦେଖି ଫୁଡ୍ ଷ୍ଟଲ୍ ନିକଟ‌ିରେ ଉପସ୍ଥିତ ଶହଶହ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ବିନୟ ଗୁଳିଫୁଟାଇଥିବାର ପୋଲିସ ଜାଣିବାପରେ ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଉଠାଇଛି ।ଗୁଳିଚାଳନ ପରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପାଇଁ ନୂଆପଲ୍ଲୀ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.