କମିଲେ ମୁକ୍ତାକାଶରେ କଏଦୀ ସଂଖ୍ୟା

0 258

ମେଣ୍ଢାଶାଳ,୧୭/୬(ଏସଏସନିୟୁଜ) ମହାମାରୀ କରୋନାପାଇଁ ଯାମୁଝରୀସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରେ କଏଦୀମାନଙ୍କ ସଂଖ୍ୟା ହ୍ରାସ ପାଇଛି ।୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥବା ମୁକ୍ତାକାଶକାରାଶ୍ରମରେ ଏବେ କଏଦୀଙ୍କ ସଂଖ୍ୟା ୩୮ରେ ପହଁଚିଛନ୍ତି । କରୋନାପାଇଁ ରାଜ୍ୟସରକାର ଲକ୍‌ଡାଉନ ଓ ସଟଡାଉନ ବ୍ୟବସ୍ଥା ଲାଗୁକରିବାପରେ ଜେଲରେ ରହିଥିବା କେତେକ କଏଦୀଙ୍କୁ ପ୍ୟାରେଲରେ ଛଡାଯାଇଛି । ତେବେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଥିବା ୩୮ଜଣ କଏଦୀଙ୍କ ମଧ୍ୟରୁ ୧୬ଜଣଙ୍କୁ ୩ମାସିଆ ପ୍ୟାରେଲରେ ଛାଡିଦିଆଯାଇଥିବାବେଳେ ଜଣେ କଏଦୀକୁ ମାସେ୨୪ଦିନ ପର‌୍ୟ୍ୟନ୍ତ ଛୁଟିରେ ଦିଆଯାଇଛି ।

କିଛିମାସପୁର୍ବେ ଏହିକାରାଶ୍ରମରେ ୫୫ଜଣ କଏଦୀ ରହିଥିବାବେଳେ ଛୁଟି ଓ ପ୍ୟାରେଲରେ ୧୭ଜଣ ଯାଇଛନ୍ତି ।ଏଥିପାଇଁ କାରାଶ୍ରମରେ କଏଦୀଙ୍କ ସଂଖ୍ୟା ହ୍ରାସପାଇ ୩୮ରେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅନ୍ତେଃବାସୀଙ୍କର କରୋନା ଚିହ୍ନଟ ପରେ ତାର ଚିକିସ୍‌।ପରେ ସେ ସୁସ୍ଥ ଥିବାର ଅଧିକ୍ଷକ ସ୍ମିତାମହାନ୍ତି କହିଛନ୍ତି । ପରିସରରେ ରହିଥିବା ଗୋଶାଳାରେ ୬୪ଟି ଗାଇ ରହିଛନ୍ତି ।ଏମାନଙ୍କ ଦେଖାଶୁଣା କରିବାକୁ ଦଶଜଣ ପରିବର୍ତେ ଏବେ ୬ଜଣ ରହିଛନ୍ତି ।ସମ୍ପୁର୍ଣ ଗୋଶାଳାର ଦାୟିତ୍ୱରେ ୪ଜଣ କଏଦୀ ରହିଛନ୍ତି ।୨୦ଗୋଟି ଥିବା ତନ୍ତୁରେ ମାତ୍ର ଜଣେ କଏଦୀ ରହିଛି । ପରିବାଚାଷ,ଆଭ୍ୟନ୍ତରିଣ ସଫା,ପରିବା ଓ ଚାରାବିକ୍ରି ପ୍ରଭୃତି କାର‌୍ୟ୍ୟରେ ୨୭ଜଣ କଏଦୀ କାର୍ଯ୍ୟ କରୁଥିବାର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.