ଦାଢାପଞ୍ଚାୟତରେ ୪୬ଜଣଙ୍କ ସ୍ବାବ୍ ସଂଗ୍ରହ

0 333

ବାରଙ୍ଗ , ୧୭/୬(ଏସଏସନିୟୁଜ) କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ବର ବ୍ଲକ ଦାଢାପଞ୍ଚାୟତ ସ୍ଥାୟୀ ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପ୍ରଶାସନ ଖୋରଧା ପକ୍ଷରୁ ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁଙ୍କ ତତ୍ତ୍ବବଧାନରେ ପ୍ରଥମ ଥରପାଇଁ ସ୍ବାବ୍ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି।ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଏହି ପଞ୍ଚାୟତର ୧୫ଟି ଓ୍ବାର୍ଡରୁ ୪୬ଜଣ ମହିଳା ପୁରୁଷଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି।ଏଥିରେ ୧୬ ଜଣଙ୍କର ଆଣ୍ଟିଜେନ ଓ ୩୦ଜଣଙ୍କ ଆଣ୍ଟିପିସିଆର ସ୍ବାବ୍ ସଂଗ୍ରହ କରାଯାଇଛି।ଆଣ୍ଟିଜେନ ରିପୋର୍ଟରୁ ସମସ୍ତ ୧୬ଜଣ ନେଗେଟିଭ୍ ଚିହ୍ନଟ ହେବା ସହିତ ଆଣ୍ଟିପିସିଆର୍ ରିପୋର୍ଟ ଦୁଇ ଦିନପରେ ଆସିବ।ଏହି କାର୍ଯ୍ୟ କ୍ରମରେ କୋଭିଡ-୧୯ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ତଥା ବାଲିପଡା ଆରଆଇ ଜଗନ୍ନାଥ ମହାରଣା, ସ୍ବାସ୍ଥ୍ୟକର୍ମୀ ଜ୍ୟୋତି ରଞନ ସାମନ୍ତରାୟ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିପ୍ତି ନାୟକ, ସମେତ ମେଣ୍ଢାଶାଳ ଡାକ୍ତରଖାନାର ଚିକିତ୍ସକ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.