କରୋନା ସଂକ୍ରମଣ କମୁଛି,ମୃତ୍ୟୁ ଚିନ୍ତା ବଢାଉଛି

0 252

ଭୁବନେଶ୍ୱର,୧୮/୬(ଏସଏସନିୟୁଜ) ରାଜ୍ୟରେ କମିବାରେ ଲାଗିଛି କରୋନାସଂକ୍ରମଣ । ଆଜି ପୁଣି ୩୮୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୬୩୪ ଜଣ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ସଂକ୍ରମିତ ଚିହ୍ନଟ ଅନୁଗୁଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି ।ସେହିପରି ଯାଜପୁରରୁ ୩୪୬, ଝାରସୁଗୁଡାରୁ ୧୯,କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୧୪୫, କେନ୍ଦୁଝରରୁ ୮୧,ଖୋର୍ଦ୍ଧାରୁ ୬୧୭, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯,ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୁଆପଡାରୁ ୩୧, ପୁରୀରୁ ୨୦୦, ରାୟଗଡାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬,ସୁନ୍ଦରଗଡରୁ ୧୧୯ ଓ ରାଜ୍ୟ ପୁଲରୁ ୯୫ଜଣ ଚିହ୍ନଟ ହୋଇଛନ୍ତି ।ସେହିଭଳିଭାବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ୫ ଜଣ, କଟକ, କଳାହାଣ୍ଡି ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, ବରଗଡ଼, ସୁନ୍ଦରଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ, ବଲାଙ୍ଗିର, କେନ୍ଦ୍ରାପଡ଼ା, ଦେବଗଡ଼ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ଗଜପତି, ମୟୂରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 

 

Leave A Reply

Your email address will not be published.