ଲଗାଇଲେ ଗଛ,କଲେ ସଚେତନତା

0 497

ଆସ୍କା,୧୮/୬(ଏସ ଏସ ନିୟୁଜ)ଶୁକ୍ରବାରଦିନ ଗଞ୍ଜାମ ଜିଲ୍ଲା ର ବିଭିର୍ଣ ସ୍ଥାନ ରେ ବୃକ୍ଷରୋପଣ କରାଯାଇଛି । ମହାମାରୀ କରୋନା ର କରାଳ କାୟା ରେ ବହୁତ ଜୀବନ ଯାଇଛି ।ଏହାସହ ଅକସିଜେନର ଅଭାବ ଯୋଗୁ ମୃତୁ ର ଅନ୍ୟ ଏକ କାରଣ ସାଜିଛି । ଆଜି ଗଞ୍ଜାମ ଜିଲ୍ଲା ପାଳ ଙ୍କ ଅନୁମୋଦନ କ୍ରମେ ସବୁ ବ୍ଲକ ରେ ଓ ପଞ୍ଚାୟତରେ ବୃକ୍ଷରୋପଣ ର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷିରେ ଆଜି ଆସ୍କା ବ୍ଲକ ଅନ୍ତର୍ଗତ ବରଗାମ ପଂଚାୟତ ରେ ସ୍ଥାନୀୟ ବିଧାୟକ ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ବିଜେଡି ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ. ଓ ଆସ୍କା ବିଡ଼ିଓ ରୋଶନ ଶତପତି, ବ୍ଲକ ଜେଇ ଅଶୋକ ସେନାପତି, ସରପଞ୍ଚ ତ୍ରିବାଣୀ ନାହାକ, ସମିତି ସଭ୍ୟ ଶିବ ନାହାକ ଙ୍କ ଉପସ୍ଥିତି ରେ ବରଗାମ ପଞ୍ଚାୟତ ଠାରେ ନଡ଼ିଆ ଗଛ ଲଗାଯାଇଥିଲା ।

ଏହାସହ ଆସ୍କା ଅଞ୍ଚଳ ସମସ୍ତ ନାଗରିକକୁ ଗଛ ଲଗାଇବା ପାଇଁ ଆହ୍ୱାନ କରିବା ସହ ସଚେତନତା ର ବାର୍ତା ଦିଆଯାଇଥିଲା । (ଆସ୍କା ରୁ ପ୍ରଦୀପ ମହାନ୍ତି ଙ୍କ ରିପୋର୍ଟ)

Leave A Reply

Your email address will not be published.