କଠୋର ହେଲା ବିସିସିଆଇ

ସକାଳର ଖବର, ୦୮-ଅଗଷ୍ଟ-୨୦୨୧,ରବିବାର

0 670

➡️୧-ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା । ୟୁନେସ୍କୋକୁ ଦେଇଥିବା ଚିଠିରେ ଅନୁରୋଧ କଲେ ପୁରୀ ବିକାଶ ପରିଷଦ।
➡️୨-ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।
➡️୩-ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ମାସ ୧୨ରୁ ଆରମ୍ଭ ହେବ ଖାତା ଦେଖା ।
➡️୪- ଆସନ୍ତା ୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ବୈଠକ ପରେ ବିଏମସି କମିଶନରଙ୍କ ସୂଚନା ।
➡️୫-ଆଜି ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ସର୍ବବୃହତ୍ HDFC ପ୍ରାଇଭେଟ୍ ବ୍ୟାଙ୍କର ଅନଲାଇନ୍ ସେବା ।
➡️୬-ରାଜଧାନୀ ଚିକିତ୍ସାଳୟରେ ଟ୍ରମା କେୟାର ୟୁନିଟ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିଲା ୧୦କୋଟି ।
➡️୭-ବିଏସସି ନର୍ସିଂ ଆଡମିଶନ ପାଇଁ ଆସିଲା ନୂଆ ନିୟମ, ଏଣିକି ବିନା ‘ନିଟ୍’ ପରୀକ୍ଷାରେ ହୋଇପାରିବ ନାହିଁ ଆଡମିଶନ । ଏନଟିଏ ଜାରି କଲା ବିଜ୍ଞପ୍ତି ।
➡️୮-ଅଗଷ୍ଟ ୧୫ରୁ ଆରମ୍ଭ ହେବ କଟକ ଏସସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି।
➡️୯-ଆସନ୍ତା ୯ରୁ ଆରମ୍ଭ ହେବ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ । ୧୧ ତାରିଖରୁ ହେବ ଟେଷ୍ଟ । ପୂର୍ବରୁ ଯେଉଁମାନେ ଫି ଦାଖଲ କରିଥିଲେ ସେମାନେ ସ୍ଲଟ ବୁକିଂ କରିପାରିବେ ।
➡️୧୦-ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।
➡️୧୧-ସ୍ବାଧୀନତା ଦିବସରେ ଆକ୍ରମଣ ଯୋଜନା କରୁଛନ୍ତି ଆତଙ୍କବାଦୀ ! ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ୬ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କୀଙ୍କ ଲାଗିଲା ପୋଷ୍ଟର ।
➡️୧୨-କୁଏତର ସୁଲେବିଆ ରେ ଦୁନିଆର ସବୁଠୁ ବିଶାଳ ଟାୟାର ଗଦାରେ ଲାଗିଲା ନିଆଁ, ଅନ୍ତରୀକ୍ଷରୁ ନଜର ଆସିଲା ଭୟଙ୍କର ଦୃଶ୍ୟ । ଛଅ ଏକରରେ ପରିବ୍ୟାପ୍ତ ଏହି ଜାଗାରେ ପ୍ରାୟ ୭୦ ଲକ୍ଷ ଟାୟାର ଥିଲା।
➡️୧୩-ବନ୍ୟାରେ ବେହାଲ ରାଜସ୍ଥାନ । ୧୩ରୁ ଅଧିକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ । ବନ୍ୟା ଜଳରେ ବୁଡିଲା କୋଟା ।
➡️୧୪-ଭାରତ ତୁଳନାରେ ପ୍ରାୟ 6 ଗୁଣ ଅଧିକ ମାତ୍ରାରେ ଆମେରିକୀୟ ପାଇଲେ ଦ୍ୱିତୀୟ ଡୋଜ୍‌ କରୋନା ଟିକା ।
➡️୧୫-ଆଗାମୀ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଗାମୀ ୩ ବର୍ଷ ପାଇଁ ହେବ ଯୋଜନା ପ୍ରସ୍ତୁତ ।
➡️୧୬-ରାହୁଲ ଗାନ୍ଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଟ୍ୱିଟର । ଅସ୍ଥାୟୀ ଭାବେ ବ୍ୟାନ କଲା ଆକାଉଣ୍ଟ ।
➡️୧୭-ସାକାର ହେଲା ଭାରତର ୧୨୫ବର୍ଷର ସ୍ବପ୍ନ, ଦୌଡ଼କୁଦରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ, ଉପହାର ଦେଲେ ନିରଜ ଚୋପ୍ରା ।
➡️୧୮-ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୋକିଓ ଅଲିମ୍ପିକରେ ଜାଭଲିଙ୍ଗ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳୀ ନୀରଜ ଚୋପ୍ରାଙ୍କୁ କମ୍ପାନୀର ଆଗାମୀ ଏସୟୁଭି XUV 700 ଉପହାରରେ ଦେବା ନେଇ କଲେ ଘୋଷଣା ।
➡️୧୯-କରୋନାକୁ ନେଇ କଠୋର ହେଲା ବିସିସିଆଇ, ଦୁଇ ଟିକା ନେଇଥିବା ଖେଳାଳି ହିଁ ଯାଇ ପାରିବେ ୟୁଏଇ । ଆଇପିଏଲ ର ବାକିଥିବା ସମସ୍ତ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ମଧ୍ୟରେ ଖେଳାଯିବ।
➡️୨୦-ଭାରତ-ଇଂଲଣ୍ଡ ଟେଷ୍ଟ : ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫୨-୧, ବିଜୟ ପାଇଁ ଆହୁରି ଦରକାର ୧୫୭ ରନ୍ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ,ଆଜି ଚିତାଲାଗି ଅମାବାସ୍ୟା ।।

Leave A Reply

Your email address will not be published.