ଆଜିର ଅନୁଚିନ୍ତା

ତାରିଖ - ୦୮:୦୮:୨୦୨୧ (ରବିବାର)

0 369

🦋ଯେତେ ଦୁଃଖ କଷ୍ଟ ଆସୁ କିଛି ଚିନ୍ତା ନାହିଁ ବାସ୍ ମୁଣ୍ଡ ଉପରେ…ବାପା ମା’ଙ୍କର ହାତ ଥିବା ଦରକାର।
🦋ଜୀବନର ମନ୍ତ୍ର :-ଜୀବନ ଯେତେ କଠିନ ହେବ,
ଆପଣ ସେତେ ମଜବୁତ ହେବେ।
ଆପଣ ଯେତେ ମଜବୁତ ହେବେ,
ଜୀବନ ସେତିକି ସହଜ ହେବ।
🦋ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ।
🦋ଜୀବନର ୩ଟି ମନ୍ତ୍ର :-
୧. ଖୁସିରେ 😊 କାହାକୁ ବଚନ ଦିଅନ୍ତୁ ନାହିଁ।୨. କ୍ରୋଧରେ 😡 କାହାକୁ ଉତ୍ତର ଦିଅନ୍ତୁ ନାହିଁ।୩. ଦୁଃଖରେ 😔 କେବେ ନିଷ୍ପତି ନିଅନ୍ତୁ ନାହିଁ।
🦋ଆଜିକାଲିର ଦୁନିଆରେ କେହି ରହୁ କି ନ ରହୁ… ହେଲେ “ନଟିଆ” “ଗାଣ୍ଡୁ” ଭଳି ସାଙ୍ଗଟେ ଥିବା ନିହାତି ଦରକାର । Friends_Forever
➡️”ଆମେ ଜାଣି କି ହେଉ ବା ଅଜଣା ରେ ହେଉ ଯଦି କାହା ମନରେ ଦୁଃଖ ଦେଇଛୁ ତାହା ହେଲେ sorry କହି ଦେଲେ …. ଆମେ ଛୋଟ ହେଇ ଯିବାନି ବରଂ ତା ଆଖି ରେ ଆମର ବ୍ୟକ୍ତିତ୍ବ ଆହୁରି ବଢ଼ି ଯିବ !!”
➡️”ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ପୁସ୍ତକ ଯେତେବି ପୁରୁଣା ହେଉ ହେଲେ ତାର ଶବ୍ଦ ବଦଳି ନ ଥାଏ , ସେହିପରି ସମ୍ପର୍କ ମଧ୍ୟ ବଦଳି ନଥାଏ !!
➡️”ମଣିଷ ଘର ବଦଳାଇ ଥାଏ ବସ୍ତ୍ର ବଦଳାଇ ଥାଏ ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ … !!
➡️”ସହୁଥିବା ଲୋକକେବେ ବି ବୋକା ହୋଇନଥାନ୍ତି … କାରଣ ତାଙ୍କ ଝିଭ ଉପରେ ସସ୍ମାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ …..!!
➡️”କିଏ କଣ କରୁଛି ? କେମିତି କରୁଛି ? କଣ ପାଇଁ କରୁଛି ? କାହିଁକି କରୁଛି ? ଏସବୁଠୁ ଆପଣ ଯେତେ ଦୂରରେ ରହିବେ , ସେତେ ଖୁସିରେ ରହିବେ !!
➡️”ସବୁବେଳେ (୦)ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ, କାରଣ (୦)ଶୂନ ର ମୂଲ୍ୟ ତ ନଥାଏ ହେଲେ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ବଢ଼ାଇ ଦେଇଥାଏ !!
➡️”ଗଛକୁ ଭରଷା କଲେ ଫଳ ଖାଇବାକୁ ମିଳେ , ଗାଇକୁ ଭରଷା କଳେ କ୍ଷୀର ଖାଇବାକୁ ମିଳେ , ମଣିଷକୁ ଭରଷା କଳେ ଧୋକା ଖାଇବାକୁ ମିଳେ …. !!
ଶ୍ରଦ୍ଧାରୁ ଜ୍ଞାନ ଆଉ ନମୁତାରୁ ମାନ ନିଜ ଯୋଗ୍ୟତାରୁ ମିଳେ ସ୍ଥାନ । ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ !!ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି ରହେ ବ୍ୟବହାରରୁ , ଅନୁଭବ ହୁଏ ଯନ୍ତ୍ରଣାରୁ .. ଅନୁଭୂତି ରହେ ହୃଦୟରେ , ଫିକା ପଡିଯାଏ ଅବହେଳାରୁ ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !!
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏.ଶୁଭ ସକାଳ, ଆଜି ରବିବାର ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ 🙏

Leave A Reply

Your email address will not be published.