କେନ୍ଦ୍ରକୁ ମଗାଯିବ ସ୍ବତନ୍ତ୍ର ମାର୍ଗଦର୍ଶିକା

0 319

ଭୁବନେଶ୍ୱର,୪/୧(ଏସଏସନିୟୁଜ) ଓମିକ୍ରନ ଏବେ ଧିରେଧିରେ ତାର କାୟାବିସ୍ତାର କରିବା ଆରମ୍ଭ କରିବାକୁ ଲାଗିଲାଣି ।ଏହାକୁ ରୋକିବା ପାଇଁ ରାଜ୍ୟସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପଡୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏବେ ଏହାର ହାର କମ୍ ରହିଛି। ମାତ୍ର ଏହାକୁ ହାଲୁକା ଭାବେ ଗ୍ରହଣ କରିହେବନାହିଁ।ଏଥିନିମନ୍ତେ ଶଯ୍ୟା ସଂଖ୍ୟା ବୃଦ୍ଧି ଅମ୍ଳଜାନ ସଂରକ୍ଷଣ ସହ ଆନୁଷଙ୍ଗିକ ଔଷଧପତ୍ର ମହଜୁଦ ଉପରେ ସରକାର ଗୁରୁତ୍ବ ଦୋଇଛନ୍ତି । ଓମିକ୍ରନର ଗତିପଥକୁ ରୋକିବା ଲାଗି ସ୍ପଷ୍ଟ ମାର୍ଗଦର୍ଶିକା ନଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପତ୍ର ଲେଖିବାକୁ ବୈଠକରେ ନିଷ୍ପତ୍ତି ହୋଇଇଛି ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.