ଆଠଗଡ, ୪/୧(ଏସଏସନିୟୁଜ)ଶିକ୍ଷକଙ୍କଠାରୁ ୫୦ହଜାର ଟଙ୍କା ଲୁଟ ହୋଇଛି । ଶିକ୍ଷକ ବିଜୟ କୁମାର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ୩ଜଣ ଦୁର୍ବୁତ ଦୁଇଟି ବାଇକରେ ଆସି ସାଇକଲ ହାଣ୍ଡେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ ।ଏନେଇ ପଣ୍ଡା ଆଠଗଡ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରକାସ ଯେ, ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ୫୦ହଜାର ଟଙ୍କା ଉଠାଇ ସାଇକେଲରେ ବାଣୀକଣ୍ଠନଗରକୁ ବିଜୟ କୁମାର ପଣ୍ଡା ଯାଉଥିବା ବେଳେ ୩ଜଣ ଦୁର୍ବୁତ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ ।
Prev Post
Next Post