କେବଳ ପୁରୀରେ ହେବ ଭକ୍ତଶୂନ୍ୟ ରଥଯାତ୍ରା

0 195

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ପୁରୀରେ ରଥଯାତ୍ରା ଭକ୍ତଶୂନ୍ୟ ହେବ । ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ । କୋଭିଡସଂକ୍ରମଣ ହାରକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ପାଇଁ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ କରାଯାଇଥିବାନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଛନ୍ତି । କୋଭିଡ଼ କଟକଣା ଆଧାରସହିତ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ । ବାହାର ଲୋକଙ୍କୁ ପୁରୀରେ ପ୍ରବେଶ ନିଶେଦ୍ଧ । ପୁରୀ ଟ୍ରେନ ସମେତ ଅନ୍ୟ ଯାନକୁ ପ୍ରବେଶ ମନା । ସେବାୟତମାନେ ନେଗେଟିଭ ରିପୋର୍ଟ ପାଇଥିଲେ ହିଁ ନୀତିକାନ୍ତିରେ ସେମାନେ ସାମିଲ ହୋଇପାରିବେ । କେବଳ ସେବାୟତ ଓ ସୁରକ୍ଷାକର୍ମୀ ହିଁ ଟାଣି ପାରିବେ । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ । ଗୋଟିଏ ରଥଟଣାରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ । ସେହିପରି ଟିକା ନେଇଥିବା ସେବାୟତମାନଙ୍କୁ ମଧ୍ୟ ସାମିଲ କରାଯିବ । ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ଯେଉଁ ମନ୍ଦିରରେ ରଥଯାତ୍ରା ହୁଏ ତାହା କେବଳ ମନ୍ଦିର ପରିସର ବାହାରେନହୋଇ ମନ୍ଦିର ପରିସରରେ ହିଁ ହୋଇପାରିବ । ଏହାସହ କେବଳ ନୀତିକାନ୍ତି ହିଁ ପାଳନ କରାଯିବ ।

Leave A Reply

Your email address will not be published.