କେରଳରୁ ଧରାହେଲେ ପ୍ରେମୀଯୁଗଳ

0 140

ବାରଙ୍ଗ,୧୩/୯(ଏସଏସନିଉଜ)ଗତଦେଢମାସଧରି ଫେରାର ଥିବା ପ୍ରେମୀଯୁଗଳକୁ ନନ୍ଦନ କାନନଥାନାପୋଲିସ ମଙ୍ଗଳବାରଦିନ କେରଳରୁ ଉଦ୍ଧାର କରିଛି ।ଉଦ୍ଧାର କରି ଥାନାକୁ ଆଣିବାପରେ ଉଭୟଙ୍କ ପରିବାରକୁ ଡାକି ସେମାନଙ୍କୁ ହସ୍ତାନ୍ତର କରିଛି ।ପ୍ରେମୀଯୁଗଳ ହେଲେ ଢାୱାଗ୍ରାମର ପୁଜକ ସବ୍ୟସାଚୀପଣ୍ଡା ଓ ରଘୁନାଥପୁର ଗ୍ରାମର ଏକପୁତ୍ରର ଜନନୀ ଥୁବା ମହିଳା ।
ପ୍ରକାସ ଯେ,ଗତକିଛିମାସଧରି ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢିଉଠିଥିଲା ।ପ୍ରେମ ଅନ୍ଧ ।ମାନେନା ବୟସ ଓ ଜାତି ।ଏମାନଙ୍କ କ୍ଷେତ୍ରରେ ଏହିଭଳି ସ୍ଥିତି ଉପୁଜିଥିଲା ।ସବୁକିଛି ଭୁଲିଯାଇ ବିବାହ କରିବାକୁ ମନସ୍ଥ କରି ପରିବାରର ସିକୃତି ମୁତାବକ ନିର୍ବଦ୍ଧ ହୋଇଥିଲା ।ନିର୍ବଦ୍ଧ ଫଟୋ ଫେସବୁକରୁ ଦେଖି ଯୁବତୀଜଣଙ୍କ ଏକ ପୁତ୍ରସନ୍ତାନର ଜଜନୀ ବୋଲି ଚର୍ଚ୍ଚା ଯୋରଧରିଥିଲା ।ଏହାପରେ ସବ୍ୟସାଚୀ ଗତ ଦେଢମାସ ତଳେ ଯୁବତୀକୁ ନେଇ ଫେରାର ହୋଇଯାଇଥିଲେ ।ଖୋଜାଖୋଜି କରି ନିରାଶ ହେବାପରେ ସବ୍ୟସାଚୀଙ୍କ ପରିବାରପକ୍ଷରୁ ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ଶେଷରେ ସବ୍ୟସାଚୀର ମୋବାଇଲ ଟ୍ରାକ କରି କେରଳରେ ଥିବାର ଜଣାପଡିଥିଲା ।କେରଳ ଯାଇ ମଙ୍ଗଳବାର ଦିନ ଉଭୟଙ୍କୁ ଧରି ଥାନାକୁ ଆଣିଥିଲା ନନ୍ଦନକାନନ ଥାନାପୋଲିସ ।ପରେ ପୋଲିସ ବୁଝାସୁଜା କରି ଉଭୟଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।ଏହି ଘଟଣା ଏବେ ନନ୍ଦନକାନନ ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.