ଖଣ୍ଡାରେ ହାଣି ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

0 225

ବ୍ରହ୍ମପୁର ,୧୫/୮(ଏସଏସନିୟୁଜ) କାମସାରି ଘରକୁ ଆସୁଥିବାବେଳେ ଦୁର୍ବୃତ୍ତମାନେ ନିମଖଣ୍ଡିର ଗୋପାଳକୃଷ୍ଣ ସାହୁ ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପରିବାର ପକ୍ଷରୁ ଅଭିଯୋଗ ହେଉଥିବାବେଳେ ଏକବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ଗୋପାଳଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ସହ ପଥର ଛେଚି ହତ୍ୟା କରିଛନ୍ତି । ଘଟଣା ପରେ ଗୁରୁତର ଅବସ୍ଥାରେ ଗୋପାଳକୃଷ୍ଣଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏହି ଘଟଣା ବ୍ରହ୍ମପୁର ସଦର ଥାନା ଅଧିନ ନିମଖଣ୍ଡି ଫାଣ୍ଡି ଅଞ୍ଚଳରେ ଘଟିଛି ।

Leave A Reply

Your email address will not be published.