ଖେଳପଡିଆରେ ମରଣାନ୍ତକ ଆକ୍ରମଣ

୨ଗିରଫ

ଭୁବନେଶ୍ବର,୧୩।୧(ଏସଏସନିଉଜ)ଖେଳପଡିଆରେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ବାରଙ୍ଗ ସୀତାରାମ ବଜାରରେ ରହୁଥିବା ଚନ୍ଦକା ଥାନା ଅଧୀନସ୍ଥ ଦାରୁଠେଙ୍ଗ ଗ୍ରାମର ରାହୁଲ ଶ୍ରୀଚନ୍ଦନ( ୨୭)ଓ ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ବୁଟୁ ରାଉତ(୨୩)।
ପ୍ରକାଶ ଯେ,ରବିବାର ଅପରାହ୍ନରେ ବାରଙ୍ଗ ଥାନା ଅଧୀନସ୍ଥ ଫୁଲପୋଖରି ଗ୍ରାମର ଶୁଭମ ପାଣି ନାମକ ଯୁବକ ଗଦେଇକୁଦ ଖେଳ ପଡ଼ିଆରେ ଖେଳୁଥିଲେ।ଏହି ସମୟରେ ଦାରୁଠେଙ୍ଗ ଗ୍ରାମର ଚନ୍ଦନ ଓ ତାର ତିନିଜଣ ସହଯୋଗୀ ଖେଳପଡିଆକୁ ଆସି ଲୁହା ରଡ଼ରେ ଶୁଭମକୁ ଆକ୍ରମଣ କରିଥିଲେ।ଯାହାଫଳରେ ଶୁଭମର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ରକ୍ତାତ ଅବସ୍ଥାରେ ଚେତାସୁନ୍ୟ ହୋଇପଡିଥିଲେ।ସ୍ଥାନୀୟ ଲୋକମାନେ ପଲାଇଆସିବାରୁ ଚନ୍ଦନ ଓ ତାର ସହଯୋଗିମାନେ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକମାନେ ଶୁଭମର ଚେତା ଫେରାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ଶୁଭମ କୁ ଉଧାର କରି ପ୍ରାଥମିକ ଚିକିତ୍ସା କରାଇବା ସହ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଶୁଭମଙ୍କ ଅଭିଯୋଗ ଆଧାରରେ ୨୪/୨୬କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିବା ସହ ରାହୁଲ ଓ ବୁଟୁଙ୍କୁ ସୋମବାର ରାତିରେ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

 

- Advertisement -

Leave A Reply

Your email address will not be published.