ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ବର,୧୩।୧(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟରେ ମଙ୍ଗଳବାର ରାଜନୀତି ବିଭାଗ ଦ୍ବାରା ଦିନିକିଆ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମହିଳାମାନଙ୍କ ଭୂମିକା ଶୀର୍ଷକବିଷୟବସ୍ତୁ
ଉପରେ ସେମିନାର ଆୟୋଜିତ ହୋଇଥିଲା।ରାଜନୀତି ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ରଂକ ତତ୍ତ୍ବାବଧାନ ଓ ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନଙ୍କ ପୌରହିତ୍ୟରେ ଅନୁଷ୍ଟିତ ସେମିନାର ରେ ଅଧ୍ୟାପକ ପ୍ରକାଶ କୁମାର ପରିଡା ଭିତ୍ତିପ୍ରବନ୍ଧ ପାଠକରିଥିଲେ। ନାକ୍ କୋଅର୍ଡିନେଟର ପ୍ରାଧ୍ୟାପକ ଅନୀଲ କୁମାର ପାଢୀ,ପ୍ରୋଫେସର ଡକ୍ଟର ବ୍ରହ୍ମାନନ୍ଦ ଶତପଥୀ ଓ ପ୍ରୋଫେସର ଡକ୍ଟର ରତ୍ନାକର ରାୟ ଅତିଥି ଭାବେ ଯୋଗଦେଇଥିଲେ।ଅଧ୍ୟାପିକା ସେଲିନା ତରାଇ ମଂଚ ପରିଚାଳନା ଓ ଅଧ୍ୟାପକ ବିଜୟ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ, ସ୍ବପ୍ନା, ଶ୍ବାତୀ ନିଜନିଜର ପ୍ରବନ୍ଧ ପାଠକରିଥିଲେ। ଏହି ସେମିନାରରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ସମେତ ହିମାଂଶୁ ଶେଖର ନାୟକ, ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ପଣ୍ଡା,ଡକ୍ଟର ସୁରେନ୍ଦ୍ର ସାହୁ, ମାନସ କୁମାର ପାତ୍ର, ସୁକାନ୍ତ କୁମାର ରାଉତ, ଡ. ପ୍ରବୀର କୁମାର ମହାନ୍ତି ପ୍ରମୁଖ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.