କଟକ,୧୪।୧ (ଏସଏସନିଉଜ) ବାରଙ୍ଗ ଅଞ୍ଚଳର ବେଶ୍ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ ମୁନାବଙ୍କ ପିତୃ ବିୟୋଗ ବୁଧବାର ଅପରାହ୍ନରେ ହୋଇଛି। ସାରା ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ତାଙ୍କ ପିତା ଶେଖ ଅବଦୁଲ ୱହାବ ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ବାରଙ୍ଗ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ଅପରାହ୍ନରେ ତାଙ୍କ ବାସଭବନରେ ସେ ଦେହତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବାରଙ୍ଗ ଅଂଚଳର ବହୁ ସମାଜସେବୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତ ଯାଇ ତାଙ୍କ ମରଶରୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହାସହିତ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରେସ କ୍ଲବ ସଭାପତି ଲିଙ୍ଗରାଜ ରାଉତ, ଉପ-ସଭାପତି କୃଷ୍ଣ ଚନ୍ଦ୍ର ସ୍ବାଇଁ, ସଂମ୍ପାଦକ ତ୍ରିଲୋଚନ ଦାସ, ଦେବେନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କମଳାକାନ୍ତ ନାୟକ, ପ୍ରଦୀପ ସ୍ୱାଇଁ, ଗୌତମ ରାଉତ, ତାପସ ଜେନା, ଅନନ୍ତ ସ୍ୱାଇଁ, ଜିତେନ୍ଦ୍ର ସାସମଲ, ଅଜୟ ରାଉତ, ସନ୍ତୋଷ ରାଉତ, ଚିତ୍ରସେନ ବାରିକ, ସଂଗ୍ରାମ କେଶରୀ ଦାସ, ଲୋଚନ ମୁଦୁଲି, ସୁଶାନ୍ତ ପରିଡ଼ା, ଶେଷଦେବ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିଛନ୍ତି।
