ଲାଗିଛି ବର୍ଷା,ଖୋଲିଲା ଗେଟ୍

0 72

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି।୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି।କଳାହାଣ୍ଡି ଏମ୍‌. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି,କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି,ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ବରରେ ୫୫ ମିମି ବର୍ଷା ରେକର୍ଡ ହୋଇଛି।ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର ରେ ଜଳସ୍ତର ବଢୁଥିବାରୁ ଖୋଲିଲା ଆଉ ୮ଟି ଗେଟ୍ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଜାରି ରହିଛି ।ଗତକାଲି ଖୋଲିଥିଲା ୨ଟି ଗେଟ୍।ବାମପଟୁ ୬ଟି ଓ ଡାହାଣ ପଟୁ ୪ଟି ଗେଟ୍ ଦେଇ ନିଷ୍କାସନ ଜାରି ରହିଛି।ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮. ୭୧ ଫୁଟ୍‌ ରହିଥିବାବେଳେଡ୍ୟାମ୍‌କୁ ପ୍ରବେଶ କରୁଛି ୧,୪୨, ୦୭୨ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୭୨,୧୯୦ କ୍ୟୁସେକ ଜଳ।

Leave A Reply

Your email address will not be published.