ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

0 151

କଟକ ୬/୮(ଏସଏସନିୟୁଜ) କୋଭିଡ କଟକଣାରେ ଖୋଲିଲା କଟକ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର ୪ଟାରୁ ପହଡ଼ ଖୋଲଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା ।ତେବେ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଥିବାବେଳେ ଗର୍ଭବତୀ ମହିଳା ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି ।

Leave A Reply

Your email address will not be published.