ଖୋଲିଲା ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ

0 167

ଅନୁଗୁଳ , ୪/୮(ଏସଏସନିୟୁଜ) ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗେଟ ନଂ-୭କୁ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୪ ମିଟର ରହିଥିଲା ।

Leave A Reply

Your email address will not be published.