ଖୋଲିଲା ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର

0 331

ସାକ୍ଷୀଗୋପାଳ,୨୧/୧୨(ଏସଏସନିୟୁଜ)ଖୋଲିଲା ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର। କୋଭିଡ ଆଇନ ଅନୁଯାୟୀ ଭକ୍ତମାନେ ଏଥର ଦର୍ଶନ କରିପାରିବେ। ଏଥିପାଇ ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ରେ ଆୟୋଜିତ ବୈଠକରେ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁଯାୟୀ ମୁହଁରେ ମାସ୍କ ଲଗାଇ ସାମାଜିକ ଦୂରତା ରକ୍ଷା କରି ମନ୍ଦିରକୁ ପ୍ରବେଶ କରିବାକୁ ହେବ।ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିର ସାମ୍ନାରେ ସାନିଟାଇଜର ରହିବ । ୧୦ ବର୍ଷରୁ କମ ଶିଶୁ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କୁ ମନ୍ଦିରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ପରିସରରେ ଛେପ ପକାଇବାକୁ ବାରଣ ମଧ୍ୟ କରାଯାଇଛି । ୨୩ ତାରିଖରୁ ମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିଲା ।

Leave A Reply

Your email address will not be published.