ଖୋଲୁଛି ମୃତ୍ୟୁ ରହସ୍ୟ

 ଖବର ଆଜିର,ତାରିଖ ୨୦-୦୭-୨୦୨୧/ମଙ୍ଗଳବାର

0 280

୧-ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର ।
୨-ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ ।
୩-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ ।
୪-ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି, ମୟୁରଭଂଜର ୫ଟି ବ୍ଲକର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ।
୫-ବଢ଼ୁଛି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁର ରହସ୍ୟ । ପତ୍ନୀଙ୍କ ସହ ସଂପର୍କ ନରଖିବା ପାଇଁ ପତି-ପନ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଏଗ୍ରିମେଣ୍ଟ ।
୬-କରୋନାକୁ ନେଇ ଏମ୍ସ ଡାକ୍ତରଙ୍କ ଚେତାବନୀ, ଆଗାମୀ ବର୍ଷେ-ଦୁଇ ବର୍ଷ ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ ।
୭-ଆଜି ଦ୍ଵିତୀୟ ଦିନିକିଆ: ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଶିଖର ଧାଓ୍ଵନଙ୍କ ଯୁବ ବାହିନୀ ।
୮–ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ।ସକାଳ ୧୦ରୁ ମଧ୍ୟାହ୍ନ ୧୨ ପ୍ରଥମ ପେପର ଏବଂ ଦିନ ୧.୩୦ରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପର ପରୀକ୍ଷା କରାଯିବ। ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ହେବ ପରୀକ୍ଷାକେନ୍ଦ୍ର ।
୯–ଓଡ଼ିଶା କ୍ରିକେଟ ଆସୋସିଏନ ଜରିଆରେ ହେବ କ୍ରିକେଟ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାରେ ହେବ କ୍ରିକେଟ ଏକାଡେମୀ। ତୃତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲାରେ ହେବ କ୍ରିକେଟ ଏକାଡେମୀ।
୧୦-ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ ।
୧୧-ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଳାରେ ପ୍ରବଳ ବର୍ଷିବ ।
୧୨-ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଲୋକଙ୍କ ଦୁଃଖରୁ ଲାଭ ଉଠାଇବା ବନ୍ଦ କର ।
୧୩-ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲା କ୍ରାଇମବ୍ରାଞ୍ଚ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.