ରାଜ କୁନ୍ଦ୍ରା ଗିରଫ

0 379

ଭୁବନେଶ୍ୱର,୨୦/୭(ଏସଏସନିୟୁଜ) ଶିଳ୍ପପତି ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଓ ପ୍ରସାରଣ କରୁଥିବା ନେଇ ହୋଇଥିଲା ଅଭିଯୋଗରେ ଗତକାଲି ରାତିରେ ମୁମ୍ବାଇ ପୁଲିସର କ୍ରାଇମ୍ ବାଞ୍ଚ ଗିରଫ କରିଛି । ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି । ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯିବାସହ ଜୁଲାଇ ୨୩ ପର‌୍ୟ୍ୟନ୍ତ ପୁଲିସ୍ ହେପାଜତକୁ ପଠାଯାଇଥିବାର ଜଣାପଡିଛି । ତେବେ ଫେବ୍ରୁଆରିରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଏଯାବତ୍ କ୍ରାଇମବ୍ରାଞ୍ଚ ୧୧ ଜଣଙ୍କୁ ଗିରଫ କରିସାରିଲାଣି ।

Leave A Reply

Your email address will not be published.