ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

0 312

ଭୁବନେଶ୍ୱର,୨୦/୭(ଏସଏସନିୟୁଜ)ବିଜେଡି ସଂସଦୀୟ ଦଳ ଆଜି କେନ୍ଦ୍ରମନ୍ତ୍ରୀ ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ।ଏହାସହ ବାକି ଥିବା ସବ୍‌ସିଡି ଓ ଚାଉଳ କିଣିବା ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି ।ମନ୍ତ୍ରୀଙ୍କପାଖରେ ବକେୟା ଖାଦ୍ୟ ରିହାତି, ଧାନ ସଂଗ୍ରହରେ ବଳକା ଶସ୍ୟ ଉଠାଣ ପାଇଁ ଦାବି କରିଛି ବିଜେଡି ସଂସଦୀୟ ଦଳ । ରାଜ୍ୟରେ ୫୨.୩୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି । ରାଜ୍ୟକୁ ୭୧୬.୩୪ କୋଟିର ଆଡଭାନ୍ସ ସବସିଡି ମିଳିଛି । ଏଥିନିମନ୍ତେ ଆବଶ୍ୟକ ସହଯୋଗ କରିବାର ପ୍ରତିଶ୍ରୁତି ମନ୍ତ୍ରୀ ପୀୟୂଷ ଗୋୟଲ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.