ଖୋର୍ଦ୍ଧାରୋଡ ରେଳମଣ୍ଡଳର ପକ୍ଷରୁ ଆରମ୍ଭ ହେଲା ସିମେଣ୍ଟ ପରିବହନ

0 279

ଜଟଣୀ,୧୮/୨(ଏସଏସନିୟୁଜ) ଖୋର୍ଦ୍ଧାରୋଡ ରେଳମଣ୍ଡଳ ସିମେଣ୍ଟ ପରିବହନ ଆରମ୍ଭ କରିଛି । ପ୍ରଥମଥରଲାଗି ମହାମାରୀ ପରେ ଯାଜପୁର,କେଉଁଝର ଓ ହରିଦାସପୁରରୁ ଆଦି ୩ଟି ସ୍ଥାନରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି ।ହରିଦାସପୁର ରାମକୋ ସାଇଡିଂରୁ ୨୧ଟି ୱାଗନ,ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି ।ସେହିପରି ୨୧ଟନ୍ ୱାଗନର ୧୩୮୦ଟନ୍ ସିମେଣ୍ଟ ରେକ୍ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ ପଦକ୍ଷେପରେ ଆରମ୍ଭ ହୋଇଥିବା ଏହି ପରିବାହନରେ ରେଳପଥର ରାଜସ୍ୱ ବୃଦ୍ଧି ପାଇଥିବାର ଜଣାପଡିଛି ।

 

Leave A Reply

Your email address will not be published.