ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…

0 370

ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ  । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର ।  ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା ଥାନା ଅନ୍ତର୍ଗତ ବଡ କଲରାକୋଟ ମାଲପଡାର ଜଣେ ଯୁବତୀଙ୍କ ସହ କଲମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ଯୁବକଙ୍କର ଗତ କାଲି ରାତିରେ ବିବାହ ହେବାକୁ ସ୍ଥିର ହୋଇଥିଲା। ବରଯାତ୍ରୀ ନେଇ ବର କନ୍ୟାଘରକୁ ପହଞ୍ଚିବା ପରେ ଜଣା ପଡିଲା ଯେ କନ୍ୟା ଅନ୍ୟ ଜଣେ ଯୁବକ ସହ ଫେରାର ହୋଇଯାଇଥିଲା। ଶେଷରେ ବର ଏବଂ କନ୍ୟା ପକ୍ଷ ନିଷ୍ପତି ନେଲେ ଯେ ଉକ୍ତ ଯୁବକ ସହ କନ୍ୟାର ସାନ ଭଉଣୀକୁ ବାହା କରିବେ ଏବଂ ବାହାଘର ମଧ୍ୟ ହେଲା। ହେଲେ ବାହା କରାଯାଇଥିବା ଝିଅ ନାବାଳିକା ଏବଂ ଏହା ଆଇନ ବିରୁଦ୍ଧ ବୋଲି ଜଣେ ସ୍ୱେଚ୍ଛାସେବୀ ଜୟପାଟଣା ସିଡିପିଓ ଏବଂ ଜୟପାଟଣା ଆଇଆଇସିଙ୍କୁ ଜଣାଇବା ପରେ ବିବାହିତା ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କୋୖଣସି ମାମଲା ରୁଜୁ ହୋଇନାହିଁ। ଏହା  ସେ ଅଞ୍ଚଳରେ ଚର୍ଚା ପାଲଟିଛି।

Leave A Reply

Your email address will not be published.