ଖୋଲିଲା ମା’ ବିରଜା ମନ୍ଦିର

0 179

ଭୁବନେଶ୍ୱର,୪/୮(ଏସଏସନିୟୁଜ)ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା । ଏବେ ମନ୍ଦିର ଖୋଲିବାର ଅନୁମତି ମିଳିବା ପରେ କୋଭିର ଗାଇଡଲାଇନ ମାନି ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବେ । ମା’ଙ୍କ ବେଢା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ । ଆଜିଠାରୁ ସକାଳ ୬ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ ।ସେହିଭଳିଭାବେ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆଜିଠୁ ଖୋଲିଛି । ଗୁପ୍ତେଶ୍ୱର ମନ୍ଦିର କୁ ଛାଡି ବାକି ସମସ୍ତ ମନ୍ଦିର ଖୋଲା ରହିବ ବୋଲି ଜିଲ୍ଲାପାଳ ନିଷ୍ପତ୍ତି ଦେଇଛନ୍ତି ।ତେବେ କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଭକ୍ତମାନେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.