ଆଜିର ଅନୁଚିନ୍ତା

ତାରିଖ : ୦୪/୦୮/୨୦୨୧,ବୁଧବାର

0 420

ଆଜିର ଅନୁଚିନ୍ତା
🦚”ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହ । Busy ଏବଂ Ego, Busy ଲୋକ ନିଜ ଇଚ୍ଛାରେ କଥା ହେବେ ଏବଂ Ego ଲୋକମାନେ ନିଜ ସ୍ୱାର୍ଥ ପାଇଁ କଥା ହେବେ !
🦚”ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ । ମନେ ରଖନ୍ତୁ ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ Bus ଚାରୋଟି ଆଙ୍ଗୁଳି ନିଜ ଆଡକୁ ରହେ !
🦚”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି ରହେ ବ୍ୟବହାରରୁ , ଅନୁଭବ ହୁଏ ଯନ୍ତ୍ରଣାରୁ .. ଅନୁଭୂତି ରହେ ହୃଦୟରେ , ଫିକା ପଡିଯାଏ ଅବହେଳାରୁ ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ୍ ବୁଝାମଣାରୁ !
🦚”ଶ୍ରଦ୍ଧାରୁ ଜ୍ଞାନ ଆଉ ନମୁତାରୁ ମାନ ନିଜ ଯୋଗ୍ୟତାରୁ ମିଳେ ସ୍ଥାନ । ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ !
🦚”ଆଜିକାଲିର ଦୁନିଆରେ ଯେତେ ଭଲ ହୋଇ ରହିବାକୁ ଚେଷ୍ଟା କରିବ । ଲୋକେ କିଛି ନା କିଛି ଭୁଲ୍ କାଢ଼ି ତୁମକୁ ଦୋଷୀ କରିଦେବେ !
🦚”ଜୀବରେ ଗୋଟିଏ ନିୟମ ମନେ ରଖ ସିଧା କୁହ , ସତ୍ୟ କୁହ ଓ ମୁହଁରେ କୁହ , ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଓ ଯିଏ କେବଳ ନାମକୁ ଥାନ୍ତି , ସେମାନେ ଦୁରେଇ ଯିବେ !
ଆଜିର ନୀତିବାଣୀ
💔”ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା !
💔”ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ
💔”ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି ଭଲକୁ ଆପଣେଇବା ଆବଶ୍ୟକ !
💔”ଏ ସଂସାର ଦୁଃଖର ଆକର । ପ୍ରତ୍ୟେକ ପ୍ରାଣୀର କିଛିନା କିଛି ଦୁଃଖ ଦୁଃଶ୍ଚିନ୍ତା ରହିଛି । କେହି ସଦାସୁଖୀ ନୁହେଁ !
💔”ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ? ଯାହାର ଏତେ ଟିକେବି କ୍ଷୂଣ ନାହିଁ? ଏପରି କିଏ ଅଛି ଯାହାର କିଛିବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ । ଦିନରାତି, ସତ୍ୟ ମିଥ୍ୟା, ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରିଚାଲିଛନ୍ତି । ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ ! 🙏. ଓଁ ନମଃ ଗଣନାୟକ.ଶୁଭ ସକାଳ, ଆଜି ବୁଧବାର କାମୀକା ଏକାଦଶୀ ,ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମପ୍,ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ 🙏.

Leave A Reply

Your email address will not be published.