କୋଲକାତାରୁ ଆଣି ପଶ୍ଚିମ ଓଡ଼ିଶାରେ ବିକୁଥିଲେ

ଧରାପଡିଲେ୨୬

ସମ୍ବଲପୁର,୧୫ା୩(ଏସଏସନିଉଜ)ସଦର ଥାନା ପୁଲିସ ୧୦ ହଜାର ୮୦୦ ବୋତଲ କଫ୍ ସିରପ୍ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍‌, ଗୋଟିଏ ବୋଲେରୋ, ଦୁଇଟ୍ ଅଟୋ ଓ ଦୁଇଟ୍ ବାଇକ୍ ଜବତ କରିଛି। ଏମାନେ କୋଲକାତାରୁ କଫସିରଫ ଆଣି ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତନ୍ମୟ ବାଗ ,ରାହୁଲ ଦେହୁରୀ. ନରସିଂହ ତରାଇ , ପ୍ରଫୁଲ୍ଲ ରଣା . ସୁଶାନ୍ତ ନାଗ , କରଣ ନିଆଳ .ରାଜାବାବୁ ସାହା , ଗଣେଶ ବର୍ମନ .ତୁସିଫ ଆକ୍ରମ , ମହମ୍ମଦ ସାକିର , ଭବାନୀ ଶଙ୍କର ତରାସିଆ .ମନୀଷ ସାହୁ , ନିଗମ ସୁନା .ଶ୍ୟାମ ତାଣ୍ଡି , କେ ସୁଜିତ .ସୁମନ ରନବିଡ଼ା , କୁଦାର୍ଥ ମହାନନ୍ଦ .ଲବ ସେନ୍ଦରିଆ , ମହମ୍ମଦ ଚାନ୍ଦ .ମହମ୍ମଦ ସରଫରାଜ .ଏସ୍‌କେ ସବିର , ଦେବ ଓରାମ , ଅବଦୁଲ କଲିମ .ସକୀର୍ତ୍ତନ ମୁଣ୍ଡା , ସଂକେତ ମିଶ୍ର .ଶିବାଜୀ ସାହାଣୀ ।

 

 

- Advertisement -

Leave A Reply

Your email address will not be published.