କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ

0 59

ଭୁବନେଶ୍ୱର,୧୧ା୧୧(ଏସଏସନିଉଜ)କଲିକାତାରୁ ପାରାଦୀପ ଆସୁଥିବା ଏକ ବସ୍‌ରେ ନିଆଁ ଲାଗି କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁ ପୁଷ୍ପାଞ୍ଜଳି ଦାସ ନାମକ ,ମହିଳାଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଥିବାବେଳେ ସେଥିମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ ଜଣ ଯାତ୍ରୀ ରହିଥିଲେ ।ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ବସ୍‌ଟି କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିବାବେଳେ ଖଡ଼ଗପୁର ଗ୍ରାମୀଣଥାନା ମାଦପୁରନିକଟରେ ରାତିପ୍ରାୟ ସାଢ଼େ୯ରୁ ୧୦ଟା ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ।ବସ୍‌ରେ କେମିତି ନିଆଁ ଲାଗିଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.