କୁହୁଡ଼ି ଯୋଗୁ ଦୁର୍ଘଟଣା

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନଥିଲା ।ଯାହାଫଳରେ ଯାତାୟାତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧାସୃଷ୍ଟି ହୋଇଥିଲା ।ଘନକୁହୁଡିଯୋଗୁଁ ଜଗତସିଂହପୁର ତିର୍ତ୍ତୋଲ ଓଳଗଦାରେ ଦୁର୍ଘଟଣା ମଧ୍ୟ ଘଟିଛି । ବିଲ ଭିତରକୁ ମାଡିଯିବା ପରେ ଓଲଟି ପଡ଼ିଛି ବୋଲେରୋ। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବାବେଳେ , ୨ଜଣ ଶିଶୁ ଗୁରୁତର ଆହତ ହୋଇନ୍ତିାଉପକୂଳଓଡ଼ିଶାରେ ଅନୁଭୂତ ହୋଇଛି ଘନକୁହୁଡି ବିଭିନ୍ନ ସ୍ଥାନରେ ଦୃଶ୍ୟମାନଦୂରତା ୧୦୦ମିଟରତଳେ ରହିଛି । ଘନକୁହୁଡ଼ି ଯୋଗୁ ଭୁବନେଶ୍ୱରରେ ବିମାନସେବା ବାଧାପ୍ରାପ୍ତ, ହୋଇଛି ।ଭୁବନେଶ୍ୱରରୁ ଛାଡ଼ିବାକୁଥିବା ବିମାନ ବିଳମ୍ବିତ ହେଉଥିବା ସୂଚନା ମିଳିଛି ।

- Advertisement -

Leave A Reply

Your email address will not be published.